ଆସୁଛି ବିଗ୍ ବସ୍ ସିଜନ-୧୨ : ଜାଣନ୍ତୁ, କିଏ ହେବେ ଏଥର ବିଗ୍ ବସ୍ ର ହୋଷ୍ଟ

41

ବିଗ୍ ବସ୍ ଫ୍ୟାନ ସିଜନ-୧୨କୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । ଏହା ସହିତ ତାଙ୍କ ମଧ୍ୟରେ ଏହା ଜାଣିବା ପାଇଁ ଉତ୍ସୁକତା ବି ଅଛି ଯେ, ଏଥର ବିଗ୍ ବସ୍ ହୋଷ୍ଟ କିଏ ହେବେ ? ଆପଣଙ୍କୁ ଜଣାଇ ଦେଉଛୁ ଯେ, ସଲମାନ ଖାନଙ୍କ ଗେମ୍ ଶୋ’ ‘ଦଶ କା ଦମଦାର ୱିକେଣ୍ଡ’ ଜାରି ଅଛି ଓ ଆଶା କରାଯାଉଛି କି ତା’ର ଫାଇନାଲ ଅଗଷ୍ଟରେ ଆସିବ । ଏହା ମଧ୍ୟରେ ସଲମାନ ବିଗ୍ ବସ୍ -୧୨ ର ପ୍ରସ୍ତୁତିରେ ଲାଗିଯାଇଛନ୍ତି । ଏହାର ନିର୍ମାତା ସେପ୍ଟେମ୍ବର ପର୍ଯ୍ୟନ୍ତ ଶୋ ର ପ୍ରିମିୟମ୍ ଆଣିବାର ପ୍ରସ୍ତୁତି କରୁଛନ୍ତି । ସୂଚନା ମୁତାବକ, ସଲମାନ ଅଗଷ୍ଟ ପ୍ରଥମ ସପ୍ତାହରୁ ଶୋ’ ର ପ୍ରମୋଶନାଲ ଭିଡିଓ ସୁଟିଂ କରିବା ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । ସୁଟିଂ ମେହେବୁବ୍ ଷ୍ଟୁଡିଓରେ ହେବ ।

ତାଜା ଖବର ଅନୁଯାୟୀ, ବିଗ୍ ବସ୍-୧୨ ର ଫାଇନାଲ ଡିସେମ୍ବର ଶେଷ ଦିନରେ ହେବ । ଏହା ମଧ୍ୟରେ ରୋହିତ ସେଟ୍ଟିର ଷ୍ଟଣ୍ଟ ରିଏଲିଟି ଶୋ’ ‘ଖତରୋଁ କେ ଖିଲାଡି’, ଯାହାକି ଆର୍ଜେଣ୍ଟିନାରେ ସୁଟିଂ କରାଯାଉଛି । ତାକୁ ଜାନୁୟାରୀରେ ଟେଲିକାଷ୍ଟ କରାଯିବ ଓ ଏହା ସଲମାନଙ୍କ ଶୋ’ ର ୯ଟା ର ସ୍ଲଟ୍ ନେବ ।