ମୋଦିଙ୍କ ଅଭିଯାନରେ ସାମିଲ ହେଲେ ଭାଇଜାନ । ରାଜରାସ୍ତାରେ ସାଇକେଲ ଚଳାଇ ଲୋକଙ୍କୁ କରିବେ ସଚେତନ ।

70

ସାଇକେଲ ଚଳାଇବାକୁ ଲୋକଙ୍କୁ କହିବେ ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ । ବଲିଉଡର ଭାଇଜାନଙ୍କୁ ଖୁବ ଶୀଘ୍ର ଦିଲ୍ଲୀ-ମିରଟ ଏକ୍ସପ୍ରେୱେରେ ନବନିର୍ମିତ ସାଇକେଲ ଟ୍ରାକରେ ଦେଖିବାକୁ ମିଳିବ । ସାଇକେଲ ଚଲାଇବେ ସଲମାନ । କେନ୍ଦ୍ରସରକାଙ୍କର ଇ-ସାଇକେଲର ଆମ୍ବାସାଡାର ଭାବେଏହାକୁ ଲୋକପ୍ରିୟ କରିବା ସହିତ ସ୍ୱାସ୍ଥ୍ୟ ଓ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବାରେ ସାହାଯ୍ୟ କରିବେ ।

ମୋଦିଙ୍କ ମନ୍ତ୍ରୀମଣ୍ଡଳର ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନିତିନ ଗଡକରୀ କହିଛନ୍ତି ଯେ ସରକାର ସାଇକେଲିଙ୍ଗକୁ ପରିବହନର ଏକ ସ୍ୱାସ୍ଥ୍ୟ ବିକଳ୍ପ ରୂପେ ପ୍ରୋତ୍ସାହିତକରିବା ପାଇଁ ଚାହୁଁଛନ୍ତି । ଇ-ସାଇକେଲ ସାଧାରଣ ସାଇକେଲ ତୁଳନାରେ ଅଧିକ ଦୂରତା ଯାତାୟତକରିବା ପାଇଁ ବ୍ୟବହାର କରାଯାଇପାରିବ ।

ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ କହିଛନ୍ତି ଯେ “ସଲମାନ ଏହି ବିଷୟରେ ମୋ ସହିତ ଆଲୋଚନା କରିଛନ୍ତି ଏବଂ ସେ ଇ-ସାଇକେଲ ନିର୍ମାଣ ଉପରେ ମଧ୍ୟ ଦୃଷ୍ଟି ଦେବେ । ଏହା ଫଳରେ ଲୋକଙ୍କ ମଧ୍ୟରେ ଏକ ସଚେତନ ସୃଷ୍ଟି ହୋଇପାରିବ ।” ସଲମାନ ଖାନଙ୍କ ‘ବିଙ୍ଗ୍ ହ୍ୟୁମାନ ଫାଉଣ୍ଡେସନ’ ଇ-ସାଇକେଲ ନିର୍ମାତାଙ୍କ ସହିତ ଆଲୋଚନା କରିଛନ୍ତି । ଏହାସହ ନିତିନ କହିଥିଲେ, ଯେତେବେଳେ ସେ ୨-୩ବର୍ଷ ପୂର୍ବେ ପରିବେଶ ଅନୁକୂଳ ଇନ୍ଧନ ବିଷୟରେ କହିଥିଲେ ସେତେବେଳେ ଲୋକମାନେ ତାଙ୍କୁ ପାଗଳ ବୋଲି ଭାବୁଥିଲେ କିନ୍ତୁ ବର୍ତ୍ତମାନ ଲୋକମାନେ ଏହାର ଲାଭକୁ ବୁଝିପାରିଛନ୍ତି । ନିତିନ ଏହା ମଧ୍ୟ କହିଛନ୍ତି ଯେ “ଅନ୍ୟ ପରିବେଶ ଇନ୍ଧନ ଅପେକ୍ଷା ଇ-ବାହାନ ଆଣିବା ମୋର ଏକ ସ୍ୱପ୍ନ ।”

ଭାରତର ଦିଲ୍ଲୀ-ମିରଟର ୧୪ଟି ଲେନରେ ୨.୫ ମିଟର ଚଉଡାର ସାଇକେଲ ଟ୍ରାକ ରହିଛି । ଏହାକୁ ଯେ କୌଣସି ସମୟରେ ଆରମ୍ଭ କରାଯିବାର ସମ୍ଭାବନା ରହିଛି ବୋଲି କହିଛନ୍ତି ଗଡକରି । ପ୍ରାୟତଃ ସବୁ ନୂଆ ରାଜପଥରେ ଓ ଏକ୍ସପ୍ରେସୱେରେ ସାଇକେଲ ଟ୍ରାକ କରାଯିବ ଏବଂ ଲୋକମାନଙ୍କୁ ସାଇକେଲରେ ଯିବାଆସିବା କରିବା ପାଇଁ ସଚେତନ କରାଯିବ । ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ରହିବ । ତେଣୁ ଏହାକୁ ସମସ୍ତେ ବ୍ୟବହାର କରିବା ପାଇଁ ନିତିନ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି ।