‘ଦବଙ୍ଗ ୩’ ସିନେମାରେ ଏମୀ ଜ୍ୟାକସନଙ୍କ ସହ ରୋମାନ୍ସ କରିପାରନ୍ତି ଦବଙ୍ଗ ଖାନ

57

ସଲମାନ ଖାନଙ୍କ ଆଗାମୀ ସିନେମା ‘ଦବଙ୍ଗ ୩’ର ସୁଟିଂ ଆରମ୍ଭ ହୋଇଯାଇଛି । କିନ୍ତୁ ଏଯାଏଁ ସଲମାନଙ୍କ ଏଇ ସିନେମା ପାଇଁ ନାୟିକା ଚୟନ ହୋଇପାରି ନାହିଁ । ସୂତ୍ର ଅନୁସାରେ ସଲମାନ ଖାନ ଏହି ସିନେମାରେ ଏମୀ ଜ୍ୟାକସନଙ୍କ ସହ ରୋମାନ୍ସ କରିପାରନ୍ତି । ଏପରି ପ୍ରଥମ ଥର ହେବ ଯେବେ ଏମୀଙ୍କୁ ସଲମାନଙ୍କ ସହ ସ୍କ୍ରିନ ଶେୟାର କରିବା ପାଇଁ ସୁଯୋଗ ମିଳିବ ।

କିନ୍ତୁ ଏପର୍ଯ୍ୟନ୍ତ ଏନେଇ କୈାଣସି ବିଧିବଦ୍ଧ ଘୋଷଣା ହୋଇନାହିଁ । ଏବେ ଏମୀ ଜ୍ୟାକସନ ରଜନୀକାନ୍ତଙ୍କ ସିନେମା ‘୨.୦’ରେ ନଜର ଆସିବେ । ପୂର୍ବରୁ ଏମୀଙ୍କୁ ସଲମାନଙ୍କ ସିନେମା ‘କିକ୍’ ପାଇଁ ଅଫର ମଳିଥିଲା କିନ୍ତୁ ସେ ସମୟରେ ଏମୀ ଅନ୍ୟ ଏକ ସିନେମାରେ ବ୍ୟସ୍ତ ଥିଲେ । ସେଥିପାଇଁ ସଲମାନ ଖାନଙ୍କ ଉକ୍ତ ସିନେମାକୁ ହାତଛଡା କରିବାକୁ ପଡିଥିଲା ଏମୀଙ୍କୁ ।