ସହାୟତା ପାଇଁ ଆଗକୁ ଆସିଲେ ଭାଇଜାନ : ପୁଜା ଡଡୱାଲଙ୍କ ସହାୟତା ପାଇଁ ଟିମ୍ ପଠାଇଲେ ସଲମାନ

26

ଶେଷରେ ବିଙ୍ଗ ହ୍ୟୁମାନ ଫେମ ସଲମାନ ଖାନ ସହ-ଅଭିନେତ୍ରୀ ପୁଜା ଡଡୱାଲଙ୍କ ସହାୟତା ସକାଶେ ନିଜ ଟିମକୁ ହସ୍ପିଟାଲକୁ ପଠାଇଲେ । ପୁନେ ଠାରେ ଆୟୋଜନ ହୋଇଥିବା ‘ଦ-ବଙ୍ଗ ଦି ଟୁର’ ପ୍ରେସ କନଫରେନ୍ସରେ ଅତିଥି ହୋଇ ଆସିଥିବା ସଲମାନ ଖାନଙ୍କୁ ଯେତେବେଳେ ପୁଜା ଡଡୱାଲଙ୍କ ବିଷୟରେ ପ୍ରଶ୍ନ କରାଗଲା ସେତେବେଳେ ଦବଙ୍ଗ କହିଥିଲେ ପୂର୍ବରୁ ପୁଜାଙ୍କ ବିଷୟରେ ତାଙ୍କୁ ଖବର ମିଳିନଥିଲା କିନ୍ତୁ ଏବେ ତାଙ୍କ ଟିମ ପୁଜାଙ୍କ ସହ ଅଛି ।

ସଲମାନ କହିଥିଲେ, “ପୁଜା ମୋ ସହ-ଅଭିନେତ୍ରୀ ନଥିଲେ ସେ ଅତ୍ତୁଲ ଅଗ୍ନିହୋତ୍ରୀଙ୍କ ସହ-ଅଭିନେତ୍ରୀ ଥିଲେ । ବହୁ ଦୁଃଖଦ ବିଷୟ ଯେ ଏହି ଖବର ମୋ ପାଖକୁ ବିଳମ୍ବରେ ପହଞ୍ଚିଲା । ତାଙ୍କର କୌଣସି ଅସୁବିଧା ହେବନାହିଁ । ସେ ଖୁବଶୀଘ୍ର ଠିକ ହୋଇଯିବେ” ।

ପୁଜାଙ୍କ ଆର୍ଥିକ ସ୍ଥିତି ଏତେ ଖରାପ ହୋଇଯାଇଥିଲା ଯେ ତାଙ୍କ ପାଖରେ ଚିକିତ୍ସା ପାଇଁ ଟଙ୍କା ନଥିଲା । ସେ ସହାୟତା କରିବା ପାଇଁ ସଲମାନଙ୍କ ନିକଟକୁ ଯୋଗାଯୋଗ କରିଥିଲେ ହେଁ ତାଙ୍କ ସହ କଥା ହୋଇ ପାରିନଥିଲା ।

୧୯୯୫ ମସିହାରେ ଆସିଥିବା ଫିଲ୍ମ ‘ବୀରଗତି’ରେ ପୁଜାଙ୍କୁ ସଲମାନଙ୍କ ସହ ଦେଖିବାକୁ ମିଳିଥିଲା । ସେ ଗତ ୧୫ ଦିନ ହେଲା ମୁମ୍ବାଇର ଶିବଡୀ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତ ୬ ମାସ ଧରି ସେ ଯକ୍ଷ୍ମା ଏବଂ ଫୁସଫୁସ ଜନିତ ରୋଗରେ ପୀଡିତ ଅଛନ୍ତି । ତାଙ୍କ ରୋଗ ଖବର ଶୁଣିବା ପରେ ଅଭିନେତା ରବି କିଶନ ସହାୟତା ପାଇଁ ଆଗକୁ ଆସିଥିଲେ । ସେ ନିଜ ସହଯୋଗୀ ପପୁ ଯାଦବଙ୍କ ହାତରେ ପୁଜାଙ୍କ ସହାୟତା ପାଇଁ ଟଙ୍କା ଏବଂ ଫଳ ପଠାଇଥିଲେ । ପପୁ ଯାଦବ ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର ମଧ୍ୟ କରିଥିଲେ । ଯେଉଁଥିରେ ସେ ଜେନେରାଲ ୱାର୍ଡରେ ପୁଜାଙ୍କୁ ଫଳ ଏବଂ ଟଙ୍କା ଦେଉଥିବା ଦୃଶ୍ୟ ରହିଛି ।