ବାପା ହେବାକୁ ମନ ବଳାଇଲେଣି ଦବଙ୍ଗ ଖାନ୍ ! ବାପାମା’ଙ୍କ ପାଇଁ ସରୋଗେସୀର ସାହାଯ୍ୟ ନେବେ ସଲମାନ୍

52

ବାପା ହେବେ ବଲିଉଡ଼ର ଦବଙ୍ଗ୍ ଖାନ୍ ସଲମାନ୍ । ଚମକି ଗଲେ ନାଁ । ଆପଣ ଭାବୁଥିବେ ସଲମାନ୍ ଖାନ୍ ତ ଏଯାଏଁ ବିବାହ କରିନାହାନ୍ତି ,ତେବେ ସେ ବାପା ହେବେ କିପରି ? ତେବେ ଏକଥା ଆମେ କହୁନୁ । ନିଜେ ସଲମାନ ଏକଥାର ଖୁଲାସା କରିଛନ୍ତି । ଚଳିତ ବର୍ଷ ଡିସେମ୍ବର ମାସରେ ୫୨ତମ ଜନ୍ମଦିବସ ପାଳନ କରିବେ salman-ସଲମାନ୍ । ଦେଶରେ ସେ ମୋଷ୍ଟ ୱାଣ୍ଟେଡ଼୍ ବ୍ୟାଚେଲର ହେବା ସତ୍ୱେ ଏବେ ବି ବିବାହ କରିବାର ତାଙ୍କର କୌଣସି ଯୋଜନା ନାହିଁ । କିନ୍ତୁ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଦର୍ଶକ ସବୁବେଳେ ଜାଣିବା ପାଇଁ ଚାହାନ୍ତି ସଲମାନ୍ ବିବାହ କରିବେ କେବେ । କିନ୍ତୁ ବିବାହ ନକଲେ କ’ଣ ହେଲା ଏବେ ବାପା ହେବାକୁ ମନ ବଳାଇଲେଣି ଭାଇଜାନ୍ ।

ବଲିଉଡ଼୍ ହଙ୍ଗାମାରେ ଛପିଥିବା ଏକ ଖବର ଅନୁସାରେ , ସଲମାନ୍ ଖାନ୍ ବିବାହ ନକରି ହିଁ ବାପା ହେବା ପାଇଁsalman ଚାହୁଁଛନ୍ତି । ତେବେ ଆପଣ ଭାବୁଥିବେ ଏହା କିପରି ସମ୍ଭବ ? ସଲମାନ୍ ଖାନ୍ ଆଗାମୀ ୨-୩ ବର୍ଷ ଭିତରେ ବାପା ହେବା ପାଇଁ ଆଶା ରଖିଛନ୍ତି । ତେବେ ବାପା ହେବା ପାଇଁ ସଲମାନ ସରୋଗେସୀର ସାହାଯ୍ୟ ନେବେ । ତେବେ ଏହି ଗରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ରହିଛି ତାଙ୍କ ବାପାମା’ଙ୍କ ହାତ । ସଲୀମ ଖାନ୍ ଓ ସଲମା ଖାନ୍ , ସଲମାନ ଖାନଙ୍କ ଛୁଆର ମୁହଁ ଦେଖିବା ପାଇଁ ଚାହୁଁଛନ୍ତି । ତେଣୁ ସଲମାନ ବାପା ସରୋଗେସୀ ଉପାୟରେ ବାପା ହେବା ପାଇଁ ମନସ୍ଥ କରିଛନ୍ତି ।

ତେବେ ଏହି ଖବରରେ କେତେ ସଥ୍ୟତା ଅଛି ସେକଥା ସମୟ କହିବ । ସୂଚନାଯୋଗ୍ୟ ଆଗକୁ ଆସୁଛି ସଲମାନଙ୍କ ସିନେମା ‘ଟାଇଗର ଜିନ୍ଦା ହେ’ । ଏହି ସିନେମା ୨୦୧୮ ଇଦରେ ରିଲିଜ ହେବ ବୋଲି ଜଣାପଡ଼ିଛି । ତେବେ କିଛି ଦିନ ପୂର୍ବରୁ ଆସିଥିଲା ‘ଟାଇଗର ଜିନ୍ଦା ହେ’ ର ଫାଷ୍ଟ ଲୁକ୍ । ‘‘ଟାଇଗର ଜିନ୍ଦା ହେ’ ର ହେଉଛି ଫିଲ୍ମ ‘ଏକ୍ ଥା ଟାଇଗର’ ର ସିକ୍ୱେଲ୍ । ଆଉ ଏଥିରେ ମଧ୍ୟ କ୍ୟାଟରିନାଙ୍କ ସହ ରୋମାନ୍ସ କରିବେ ସଲମାନ୍ । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ‘ଏକ୍ ଥା ଟାଇଗର’ର ନିର୍ଦେଶନା କବୀର ଖାନ୍ ଦେଇଥିବା ବେଳେ ଏଥର କିନ୍ତୁ ନିର୍ଦେଶନା ଦେବେ ‘ସୁଲତାନ’ର ନିର୍ଦେଶକ ଅଲ୍ଲୀ ଅବାସ ଜାଫର ।