କଣ ଫାତିମାଙ୍କୁ ବିବାହ କରିବେ ଆମୀର୍ ! ଇସାରା ଇସାରାରେ ଭାଇଜାନ୍ କହିଲେ ଭିତିରି କଥା

37

କିଛି ଦିନ ହେବ ମିଷ୍ଟର୍ ପରଫେକ୍ଟନିଷ୍ଟ୍ ଆମୀର୍ ଖାନ୍ ଏବଂ ଦଙ୍ଗଲ୍ ଗର୍ଲ ଫାତିମା ସାନା ଖାନଙ୍କ ସଂପର୍କକୁ ନେଇ ଆନେକ କାହାଣୀ ଶୁଣିବାକୁ ମିଳୁଛି । ଉଭୟଙ୍କ ନିବିଡ ସଂପର୍କ ଏବେ ବି ଟାଉନରେ ଚର୍ଚ୍ଚାର ବିଷୟ । ଏପରିକି ଫାତିମାଙ୍କ ସହ ଆମୀର୍ ଅଧିକାଂଶ ସମୟ ବିତାଉ ଥିବାରୁ ପତ୍ନୀ କିରଣ ମଧ୍ୟ ଖପ୍ପା ଅଛନ୍ତି । ତେବେ ଏହି କଥାର ସତ୍ୟତା ଜଣା ପଡିବା ପୂର୍ବରୁ ସଲମାନ୍ ଦେଇଛନ୍ତି ଏକ ବଡ ବୟାନ୍ । ଇସାରା ଇସାରାରେ ଆମୀର୍ ଏବଂ ଦଙ୍ଗଲ୍ ଗର୍ଲ ଫାତିମା ସାନା ଖାନଙ୍କ ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି ।

ପ୍ରକୃତରେ କିଛି ଦିନ ତଳେ ଆମୀର୍ ଖାନ୍ କହିଥିଲେ ସଲମାନଙ୍କ ହାତ ଗୋଡ଼ ବାନ୍ଧି ତାଙ୍କର ବିବାହ କରାଇବେ । ଯାହାର ଉତ୍ତର ମଧ୍ୟ ଦେଇଛନ୍ତି ଭାଇଜାନ୍ । କହିଛନ୍ତି ଆମୀର୍ ମୋର ବିବାହ କରାଇବାକୁ ମୋ ହାତ ଗୋଡ ବାନ୍ଧିବାକୁ ଚାହିଁଛନ୍ତି । ତେଣୁ ମୁଁ ବି ନିଷ୍ପତି ନେଇଛି ଯେ ତାଙ୍କ ହାତ ଗୋଡ ବାନ୍ଧି ଦେବି ଯାହା ଫଳରେ ସେ ତୃତୀୟ ବିବାହ କରିପାରିବେନି । ତେବେ ସଲମାନଙ୍କ ଏହି ବୟାନରୁ ସ୍ପଷ୍ଟ ହେଉଛି ଆମୀର୍ ଏବଂ ଫାତିମାଙ୍କ ମଧ୍ୟରେ ନିଶ୍ଚୟ କିଛି ଅଛି ।

ଦଙ୍ଗଲ୍ ପରେ ଫାତିମା ଏବଂ ଆମୀର୍ ଠଗ୍ସ ଅଫ୍ ହିନ୍ଦୋସ୍ତାନରେ ପୁଣି ଏକାଠି ନଜର ଆସୁଛନ୍ତି  । ଶୁଣିବାକୁ ମିଳିଛି ଏହି ସିନେମାରେ ଉଭୟଙ୍କ ରୋମାଟିଂକ୍ ସିନ୍ ମଧ୍ୟ ରହିଛି  ।