“ବାହୁବଲୀ ୨’ ପାଇଁ ମଇଦାନ ଛାଡିଲେ ଭାଇଜାନ ! “ଟ୍ୟୁବଲାଇଟ’ ପାଇଁ ପ୍ରଚାର କରିବେନି ସଲମାନ ଖାନ୍

26

ଆମେ ସବୁବେଳେ ଦେଖି ଆସିଛନ୍ତି ସିନେମା ରିଲିଜ ହେବା ପୂର୍ବରୁ ପ୍ରମୋଶନ ପାଇଁ ଅନେକ ଉପାୟ ଆପଣାଇ ଥାଆନ୍ତି ତାରକରମାନେ । ରିଲିଜ ହେବା ପୂର୍ବରୁ କୌଣସି ବି ସିନେନିର୍ମାତା କିମ୍ବା ତାରକା ମାନେ ସିନେମାକୁ ନେଇ ରିସ୍କ ନେବାକୁ ଚାହାନ୍ତି ନାହିଁ । ସମସ୍ତେ ନିଜର ପରିଶ୍ରମର ପୁରା ଫଳ ଚାହାନ୍ତି । ନିଜ ସିନେମାର ପ୍ରମୋଶନ ପାଇଁ ଅନେକ ଇଭେଣ୍ଟ ମଧ୍ୟ କରିଥାଆନ୍ତି ।

ସୂତ୍ର ଅନୁସାରେ ଏହି କାରଣରୁ ଭାଇଜାନ ସଲମାନ ଖାନ ନିଜ ସିନେମା “ଟ୍ୟୁବଲାଇଟ’ର ପ୍ରଚାର “ବାହୁବଳୀ ୨’ ରିଲିଜ ହେବା ପରେ କରିବେ । ସେ ଭଲ ଭାବରେ ଜାଣନ୍ତି “ବାହୁବଲୀ ୨’ ରିଲିଜ ହେବ ପୂର୍ବରୁ ସିନେମାରେ ପ୍ରମୋଶନ କଲେ ଲୋକଙ୍କ ଉପରେ ବେଶୀ କିଛି ପ୍ରଭାବ ପକାଇବ ନାହିଁ । ସେ “ବାହୁବଳୀ ୨’ ସିନେମା ପାଇଁ ମଇଦାନ ଖାଲି ଛାଡି ଦେଇଛନ୍ତି । “ବାହୁବଲୀ ୨’ ର ରିଲିଜ ପରେ ତାର ପ୍ରଭାବ ଲୋକଙ୍କ ମନରୁ ଲିଭିବା ପରେ ସେ “ଟ୍ୟୁବଲାଇଟ’ ପ୍ରଚାର କରିବେ ବୋଲି ଭାବିଛନ୍ତି ।