ସହୃଦୟତା ଦେଖାଇଲେ ସଲମାନ ! ରିୟଲିଟି ଶୋ’କୁ ଆସିଥିବା ପ୍ରତିଯୋଗୀଙ୍କ ଝିଅକୁ ଦେବେ ଭିନ୍ନ ପରିଚୟ ।

43

ବଲିଉଡ଼ର ଟାଇଗର ସଲମାନ ଖାନ୍ ଦରକାର ସମୟରେ ଅନ୍ୟକୁ କିଭଳି ଅଯାଚିତ ଭାବରେ ସାହାଯ୍ୟ କରନ୍ତି ତାହା ସମସ୍ତଙ୍କୁ ଜଣା । ଫିଲ୍ମ ବାଦ୍, ଅନ୍ୟକୁ ସାହାଯ୍ୟ କରି ସେ ପ୍ରାୟ ସମୟରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ‘ବିଙ୍ଗ୍ ହ୍ୟୁମାନ୍’ ଜରିଆରେ ସେ ଅନେକ ଲୋକଙ୍କୁ ବହୁ ଭାବେ ସାହାଯ୍ୟ ସହଯୋଗ କରିଛନ୍ତି । ବର୍ତ୍ତମାନ ଅଭିନେତା ସଲମାନ ନିଜର ଆଗାମୀ ଚଳଚ୍ଚିତ୍ର ରେସ୍-୩ ପାଇଁ ଚର୍ଚ୍ଚାରେ ଥିବା ବେଳେ ତାଙ୍କୁ ଏକ ରିୟାଲିଟି ସୋ’ ଦସ୍ କା ଦମରେ ହୋଷ୍ଟିଙ୍ଗ କରୁଥିବାର ଦେଖିବାକୁ ମିଳୁଛି । କିଛି ଦିନ ହେବ ଏହି ସୋ’ ଆରମ୍ଭ ହୋଇଥିବା ବେଳେ, ସୋ’ରେ ଘଟିଥିବା ଏକ ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ମୁତାବକ, ସଲମାନଙ୍କ ସୋ’କୁ କୋଲକାତାରୁ ପିଙ୍କି ଶାହା ନାମକ ଜଣେ ପ୍ରତିଯୋଗୀ ଆସିଥିଲେ । ଏହି ସୋ’ରେ ସେ ଖେଳି ଅଧିକ ଅର୍ଥ ପାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ମାତ୍ର ୨୦ହଜାର ଟଙ୍କା ଜିତିବା ପାଇଁ ସେ ସମର୍ଥ ହୋଇ ପାରିଥିଲେ । ସୋ’ରେ ପିଙ୍କି ନିଜ ଝିଅଙ୍କୁ ଭଲ ସ୍କୁଲରେ ପଢ଼ାଇବାକୁ ଚାହାଁନ୍ତି ବୋଲି ସଲମାନଙ୍କୁ ଜଣାଇଥିଲେ । ନିଜ ଝିଅକୁ ଭଲ ସ୍କୁଲରେ ପଢ଼ାଇବାକୁ ଚାହିଁ ମଧ୍ୟ ମୁଁ ପଢ଼ାଇ ପାରୁ ନାହିଁ, ବୋଲି ସେ କହିଥିଲେ । ଟଙ୍କା ଅଭାବରୁ ତାଙ୍କ ଝିଅ ଏବେ ଏନ୍ଜିଓ ପରିଚାଳିତ ଏକ ସ୍କୁଲରେ ପାଠ ପଢ଼ୁଛି । ପିଙ୍କିଙ୍କ ଠାରୁ ଏ କଥା ଶୁଣିବା ପରେ ସଲମାନ ଦ୍ୱିତୀୟ ଥର ନ ଭାବି ତୁରନ୍ତ ତାଙ୍କ ଆଡ଼କୁ ସାହାଯ୍ୟର ହାତ ବଢ଼ାଇଥିଲେ । ପିଙ୍କିଙ୍କ ଅସୁବିଧା ବିଷୟରେ ଶୁଣି ସେ ତୁରନ୍ତ ତାଙ୍କ ଝିଅର ସମସ୍ତ ପାଠ ପଢ଼ା ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।