ଭାଇଜାନଙ୍କ ଜାମିନ୍ ଆବେଦନ ଶୁଣାଣି ଶେଷ । ଦିନ ୨ଟା ପରେ ଜଣାପଡିବ ସଲମାନଙ୍କୁ ବେଲ୍ ମିଳିବ ନା ଜେଲ 

32

କନକ ବ୍ୟୁରୋ: କୃଷ୍ଣ ସାର ମୃଗ ଶିକାର ମାମଲାରେ ଅଭିନେତା ସଲମାନ ଖାନଙ୍କ ଜାମିନ ନେଇ ଆଜି ଦିନ ୨ଟା ପରେ ଯେକୌଣସି ସମୟରେ ନିଷ୍ପତି ଶୁଣାଇପାରନ୍ତି ଯୋଧପୁର ସେସନ୍ସ କୋର୍ଟ । ଏ ନେଇ ଶୁଣାଣି ଶେଷ ହୋଇଛି । ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିଛନ୍ତି କୋର୍ଟ । ସଲମାନଙ୍କ ଜାମିନଙ୍କୁ ବିରୋଧ କରିଛନ୍ତି ସରକାରୀ ଓକିଲ । ଆଜିର ଶୁଣାଣି ବେଳେ କୋର୍ଟ ରୁମରେ ସଲମାନଙ୍କ ଉଭଣୀ ଅଲବିରା ଓ ବଡିଗାର୍ଡ ସେରା ଉପସ୍ଥିତ ଥିଲେ । ଆଉ ଶୁଣାଣିବେଳେ ଅଲବିରା ବେହୋସ ହୋଇପଡିଥିଲେ ।

ପୂର୍ବରୁ ବିଚାରପତିଙ୍କ ବଦଳି ଯୋଗୁଁ ମାମଲା ଶୁଣାଣି ନେଇ ଆଜି ସସପେନ୍ସ ଜାରି ରହିଥିଲା । ତେବେ ଧାର୍ଯ୍ୟ ସମୟରେ ଜଜ ରବୀନ୍ଦ୍ର କୁମାର ଯୋଶୀ ମାମଲାର ଶୁଣାଣି କରିଥିଲେ । ରାଜସ୍ଥାନରେ ବଦଳି ହୋଇଥିବା ୮୭ଜଣ ବିଚାରପତିଙ୍କ ନାଁରେ ରବୀନ୍ଦ୍ର ଯୋଶୀଙ୍କ ନାଁ ଥିଲା । କାଲି ଯୋଶୀ ଜାମିନ ଆବେଦନର ଶୁଣାଣି କରି ରାୟକୁ ସଂରକ୍ଷିତ ରଖିଥିଲେ । ଆଉ ଆଜି ବି ମାମଲାର ଶୁଣାଣି କରିଥିଲେ ରବୀନ୍ଦ୍ର ଯୋଶୀ । ଏବେ ଜାମିନ ନେଇ ଯୋଧପୁର ସେସନ୍ସ କୋର୍ଟରେ ଶୁଣାଣୀ ଶେଷ ହୋଇଛି । ଦିନ ୨ଟା ପରେ ଯେକୌଣସି ସମୟରେ କୋର୍ଟ ସଲମାନଙ୍କ ଜାମିନ ନେଇ ନିଷ୍ପତି ଶୁଣାଇପାରନ୍ତି । କାଲି ଜେଲରେ ସଲମାନ ଖାନଙ୍କୁ ଭେଟିଥିଲେ ତାଙ୍କ ଦୁଇଭଉଣୀ ।

କୃଷ୍ଣସାର ମୃଗ ଶୀକାର ମାମଲାରେ ଦୋଷୀସାବ୍ୟସ୍ତ ହୋଇ ସଲମାନ ଖାନ ଦୁଇଦିନ ହେଲା ଜେଲରେ ଅଛନ୍ତି । ଲଗାତାର ଦ୍ୱିତୀୟ ଦିନ ଲାଗି ତାଙ୍କୁ ରାତି କାଟିବାକୁ ପଡିଛି । ତେବେ ଶୁକ୍ରବାରଦିନ କେମିତି ଥିଲା ସଲମାନଙ୍କ ଦିନ ଆସନ୍ତୁ ଜାଣିବା । ସଲମାନ ଶୁକ୍ରବାରଦିନ ଦିନସାରା ଜେଲ କୋଠରୀରେ ଆରାମ କରିଥିଲେ । ସକାଳୁ ସେ ଜଳଖିଆ କରିନଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନରେ ରୁଟି , ଡାଲି ଓ ତରକାରୀ ଖାଇଥିଲେ । ଖାଇବା ପରେ ସେ ବିଶ୍ରାମ କରିଥିଲେ । ଏହାପରେ ବ୍ୟାୟମ କରି ଚା ପିଇଥିଲେ । ସୁଲୁମିଆଁକୁ ସାଧାରଣ କଏଦୀଙ୍କ ଭଳି ଖାଇବାକୁ ଦିଆଯାଉଛି । କାଲି ରାତିରେ ସେ ରୁଟି, ଡାଲି ଓ ତରକାରୀ ଖାଇଥିଲେ । ଗୁରୁବାର ରାତିରେ ବି ତାଙ୍କୁ ଖାଇବାକୁ ଦିଆଯାଇଥିଲା , କିନ୍ତୁ ସେ ଖାଇବାକୁ ମନାକରିଦେଇଥିଲେ । ।