ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଅବିକଳ ସଲମାନ ଖାନ୍ ଙ୍କ ଭଳି ଦେଖାଯାଉଥିବା ଜଣେ ଯୁବକଙ୍କ ଭିଡିଓ ! ଦେଖନ୍ତୁ ଭିଡିଓ

465

ବଲିଉଡ୍ ଅଭିନେତା ସଲମାନ ଖାନଙ୍କ ନକଲ କରିବା ଅସମ୍ଭବ । ତାଙ୍କ ଷ୍ଟାଇଲ ଏବଂ ଅନ୍ଦାଜ ପାଇଁ ଏବେ ବି ଲୋକମାନେ ତାଙ୍କ ଦିଓ୍ଵାନା ଥିବା ବେଳେ ଏତେ ବର୍ଷ ବୟସରେ ମଧ୍ୟ ସେ ବଲିଉଡରେ ରାଜ୍ କରି ଚାଲିଛନ୍ତି । ସଲମାନ ଏବେ ନିଜର ଫିଲ୍ମ ଭାରତ ପାଇଁ ଚର୍ଚ୍ଚାରେ ରହିଥିବା ବେଳେ ଏବେ ଆଉ ଏକ କାରଣ ପାଇଁ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତାଙ୍କ ଭଳି ଦିଶୁଥିବା ଜଣେ ଯୁବକଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ସଲମାନଙ୍କ ଭଳି ଦିଶୁଥିବା ଯୁବକଙ୍କୁ ପାକିସ୍ତାନର କରାଚୀରେ ଥିବା ଏକ ମାର୍କେଟରେ ଦେଖିବାକୁ ମିଳିଥିଲା । ଯୁବକଜଣଙ୍କ ନିଜ ଗାଡ଼ି କାଢ଼ିବା ପାଇଁ ଅନ୍ୟ ଗାଡ଼ି ଗୁଡ଼ିକ ଠିକ୍ କରୁ୍ଥିବା ବେଳେ ଜଣେ ସାମ୍ବାଦିକ ତାଙ୍କର ଭିଡିଓ ଉତ୍ତୋଳନ କରିଥିଲେ । ଯାହାକୁ ସେ ଟୁଇଟ୍ରରେ ଛାଡ଼ିବାପରେ ଏବେ ତାହା ଭାଇରାଲ ହୋଇଛି । ଯୁବକଙ୍କ ଚାଲି ଏବଂ ତାଙ୍କ ଶରୀରର ଆକାର ପୂରା ସଲମାନଙ୍କ ସହ ମିଶୁଥିବା ଭିଡିଓରେ ଦେଖାଯାଇଛି । ସୂଚନା ମୁତାବକ,ଏହା ପ୍ରଥମ ନୁହେଁ,ଏହା ପୂର୍ବରୁ ଅନେକ ଥର ଅନେକ କଳାକାରଙ୍କ ଭଳି ଦିଶୁଥିବା ଯୁବକ ଏବଂ ଯୁବତୀଙ୍କ ଫଟୋକୁ ନେଇ ଚର୍ଚ୍ଚା ହୋଇ ସାରିଛି ।