ସଲମାନ ରାଗିଯାଇ ବିଗ୍‌ ବସ୍‌ ସେଟ୍‌ ଛାଡ଼ି ପଳାଇଥିଲେ ! ଜାଣନ୍ତୁ କାହିଁକି ରାଗିଲେ ଦବଙ୍ଗ ଷ୍ଟାର ?

29

ମୁମ୍ବାଇ: ବିଗ୍‌ବସ୍‌ ରିୟଲିଟି ସୋ’କୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ଦବଙ୍ଗ ଷ୍ଟାର ସଲ୍‌ମାନ ଖାନ୍‌ । ସପ୍ତାହ ଶେଷରେ ତାଙ୍କୁ ଲୋକ ଦେଖିବାକୁ ଅନାଇ ବସିଥାନ୍ତି । କିନ୍ତୁ ଏଥର ସପ୍ତାହ ଶେଷରେ କିଛି ଏମିତି ଘଟଣା ଘଟିଲା ଯାହା ଦ୍ୱାରା ସଲ୍‌ମାନ ରାଗିଯାଇ ବିଗ୍‌ ବସ୍‌ ସେଟ୍‌ ଛାଡ଼ି ପଳାଇଥିଲେ ।

ଆପଣମାନେ ନିହାତି ଭାବରେ ଜାଣିବାକୁ ଚାହିଁବେ କି ଏହା କ’ଣ ପାଇଁ ହେଲା । ସବୁବେଳେ ପରିସ୍ଥିତିକୁ ଭଲ ଭାବରେ ସମ୍ଭାଳି ପାରୁଥିବା ସଲ୍‌ମାନଙ୍କର ଏମିତି କ’ଣ ହେଲା ଯେ ଯାହାଦ୍ୱାରା ସେ ସେଟ୍‌ ଛାଡ଼ିବାକୁ ବାଧ୍ୟ ହେଲେ । କାରଣ ଆଗରୁ ସେଟ୍‌ରେ ବହୁତ କିଛି ଘଟି ସାରିଛି ଯାହାକୁ ସଲ୍‌ମାନ ଧୈର୍ଯ୍ୟର ସହ ସମ୍ଭାଳିଛନ୍ତି । କିନ୍ତୁ ଏଥର କିଛି ଏଭଳି ଘଟିଛି ଯାହାକୁ ସଲ୍‌ମାନ ବରଦାସ୍ତ କରି ପାରିଲେ ନାହିଁ । ତାଙ୍କର ରାଗିବାର କାରଣ ଥିଲେ ପ୍ରତିଯୋଗୀ ଆକାଶ ଡ଼ାଡ଼୍‍ଲାନି । ପ୍ରତି ସପ୍ତାହରେ ଆକାଶ ଏବଂ ସଲ୍‌ମାନଙ୍କ ଭିତରେ ଯୁକ୍ତିତର୍କ ଲାଗି ରହିଥିବା ବେଳେ ଏହି ସପ୍ତାହରେ ତାଙ୍କର ବ୍ୟବହାର ସଲ୍‌ମାନ୍‌ଙ୍କୁ ସେଟ୍‌ ଛାଡ଼ିବାକୁ ବାଧ୍ୟ କରିଥିଲା ।

ସୂଚନା ଅନୁଯାୟୀ, ଏହି ସପ୍ତାହ ପୂର୍ବରୁ ପ୍ରତିଯୋଗୀ ପୁନିଶ ଶର୍ମା ଏବଂ ଆକାଶ ଡ଼ାଡ଼୍‍ଲାନିଙ୍କ ମଧ୍ୟର ଭଲ ବନ୍ଧୁତା ଥିଲା । କିନ୍ତୁ କ୍ୟାପ୍‌ଟେନ୍‌ ବାଛିବାର କାର୍ଯ୍ୟ ଦିଆଯିବା ପରଠାରୁ ଦୁଇ ଜଣଙ୍କ ବନ୍ଧୁତାରେ ଫାଟ ପଡ଼ିଥଲା । ଦୁଇ ଜଣଙ୍କୁ ପୁଣି ଏକାଠି କରିବା ପାଇଁ ସଲ୍‌ମାନ ସେ ଦୁଇ ଜଣଙ୍କୁ ସୁଲ୍‌ତାନି ଅଖାଡ଼ାକୁ ଡ଼ାକିଥିଲେ । କିନ୍ତୁ ସବୁ ସପ୍ତାହ ପରି ଏଠି ତାଙ୍କୁ ଲଢ଼ିବାକୁ କୁହା ନ ଯାଇ ଆଲିଙ୍ଗନ କରିବା ପାଇଁ କହିଥିଲେ ସଲ୍‌ମାନ ।

ପୁନିଷ ସଲ୍‌ମାନଙ୍କ କଥାରେ ରାଜି ହୋଇଥିଲେ ମଧ୍ୟ ଆକାଶଏହି କାର୍ଯ୍ୟ କରିବା ପାଇଁ ମନା କରିଦେଇଥିଲେ । ସଲ୍‌ମାନ ବାରମ୍ବାର ଅନୁରୋଧ କରିବା ସତ୍ୱେ ମଧ୍ୟ ସେ ଅଖାଡ଼ାକୁ ଯାଇ ନଥିଲେ । ଆକାଶଙ୍କ ଏଭଳି ବ୍ୟବହାର ଦେଖି ସେ ରାଗି ଯାଇ ସେଟ୍‌ରୁ ବାହାରି ଆସିଥିଲେ ।