ନିଶା ସେବନ କରୁଥିଲେ ଯୁବଗୋଷ୍ଠୀ ! ବଲିଉଡ଼ ଭାଇଜାନ ଦେଖାଇଲେ ଉଚିତ ରାସ୍ତା

43

ଆପଣ ସମସ୍ତେ ଜାଣନ୍ତି ବଲିଉଡ଼ ଭାଇଜାନ ସଲମାନ ଖାନ୍ ‘ବିଇଙ୍ଗ ହ୍ୟୁମାନ୍’ ନାମକ ଏକ ଏଜେନ୍ସି ଚଳାନ୍ତି । ବିିଇଙ୍ଗ ହ୍ୟୁମାନ ଜରିଆରେ ଟି-ସାର୍ଟ ଓ ଅନ୍ୟ ପ୍ରକାରର ପୋଷାକ ଅନଲାଇନ ଓ ଷ୍ଟୋର ଜରିଆରେ ବିକ୍ରି କରାଯାଏ । ଏବଂ ଏହାର ଏକ ପ୍ରମୁଖ ଅଂଶ ଗରିବ ଓ ଅଭାବୀ ଲୋକଙ୍କ ସାହାଯ୍ୟରେ ଖର୍ଚ୍ଚ କରାଯାଏ । ସଲମାନଙ୍କ ସଂଗଠନ ବିଇଙ୍ଗ ହ୍ୟୁମାନ ଶିଶୁଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନେକ ଲୋକଙ୍କ ରୋଗ ଓ ମୁସ୍କିଲ ସମୟରେ ମଧ୍ୟ ଆର୍ଥିକ ସହାୟତା ଯୋଗାଇଥାଏ ।

ଏହା ବ୍ୟତୀତ ବଲିଉଡ଼ ଭାଇଜାନ ସଲମାନ୍ ଖାନ୍ ସବୁବେଳେ ଲୋକଙ୍କ ସାହାଯ୍ୟ କରୁଥିବାର ନଜର ଆସନ୍ତି । ନିକଟରେ ଭାଇଜାନ କିଛି ଯୁବଗୋଷ୍ଠୀଙ୍କୁ ନିଶା ସେବନ କରୁଥିବା ବେଳେ ତାଙ୍କୁ ସଚେତନ କରାଇଛନ୍ତ ବୋଲି ଖବର ମିଳୁଛି । ପ୍ରକୃତ କଥା ହେଲା, ଦିନେ ସଲମାନ ସକାଳୁ ସକାଳୁ ଜଗିଂରେ ବାହାରନ୍ତି । ସଲମାନଙ୍କସହ ତାଙ୍କ ଅଙ୍ଗରକ୍ଷକ ମଧ୍ୟ ଉପସ୍ଥିତ ଥାଆନ୍ତି । ଜଗିଂ କରିବା ସମୟରେ ସଲମାନ ଦେଖିଲେ କିଛି ଯୁବକ ତାଙ୍କୁ ଦେଖି ସେଲ୍ଫି ଉଠାଇବା ପାଇଁ ଚାହିଁଲେ । କିନ୍ତୁ ସଲମାନଙ୍କ ଅଙ୍ଗରକ୍ଷକ ମାନେ ଯୁବକଙ୍କୁ ସଲମାନଙ୍କ ପାଖକୁ ଯିବାକୁ ଦେଲେନି । ଏଥିରେ ଯୁବକମାନେ ନିରାଶ ହୋଇଗଲେ ଓ ସେହିଠାରେ ବସି ରହିଲେ ।

ସଲମାନ ଯେତେବଳେ ଜଗିଂରୁ ଫେରୁଥିଲେ ଦେଖିଲେ ସେହି ଯୁବକମାନେ ସିଗୋରେଟ୍ ଓ ବିୟର ପିଉଛନ୍ତି । ଉକ୍ତ ଯୁବକମାନେ ନିଶା ସେବନ କରୁଥିବାର ଦେଖି ସଲମାନଙ୍କୁ ବିଲକୁଲ ଭଲ ଲାଗିଲା ନାହିଁ । ଏପରି କରିବା ପାଇଁ ମନା କରିଥିଲେ ସଲମାନ୍ । ନିଶା ସେବନ କରିବା ଶରୀର ପକ୍ଷେ କ୍ଷତିକାରକ ଓ ଏପରି କରିବା ଦ୍ୱାରା କ’ଣ କ’ଣ କ୍ଷତି ହେବାର ସମ୍ଭାବନା ରହିଛି ତାହାର ଏକ ଲମ୍ବା ଚଉଡ଼ା ଉପଦେଶ ଦେଇଥିଲେ । ସୁପରଷ୍ଟାରଙ୍କ ଏପରି ହିତକର ଉପଦେଶ ଶୁଣି ଯୁବକମାନେ ମଧ୍ୟ ତାଙ୍କ କଥାକୁ ଗମ୍ଭୀର ଭାବେ ନେଲେ । ଏବଂ ଆଗକୁ ଏପରି ଭୁଲ ନକରିବା ପାଇଁ ସଲମାନଙ୍କୁ କହିଥିଲେ ।

ଏହାପରେ ସଲମାନ ନିଜେ ତାଙ୍କୁ ଆଡ଼ୁ ଯୁବକଙ୍କୁ ସହ ସେଲ୍ଫି ଉଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ଏବଂ ଯୁବଙ୍କ ସହ ସେଲ୍ଫି ମଧ୍ୟ ଉଠାଇଥିଲେ । ତେବେ ସୂଚନା ଅନୁସାରେ ସଲମାନ ଖାନ୍ ‘ଟାଇଗର ଜିନ୍ଦା ହେ’ ସିନେମାର ସୁଟିଂର ବ୍ୟସ୍ତ ଅଛନ୍ତି । ଏହି ସିନେମାରେ ତାଙ୍କ ସହ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ ନଜର ଆସିବେ । ଏହି ସିନେମାର ସୁଟିଂ ଶେଷ କରି ସଲମାନ୍, କୋରିଓଗ୍ରାଫର ରେମୋ ଡିସୁଜାଙ୍କ ସିନେମାର ସୁଟିଂ ଆରମ୍ଭ କରିଦେବେ ।

ତେବେ ଦଶହରା ଉପଲକ୍ଷେ ରିଲିଜ ହେଉଥିବା ବରୁଣ ଧାୱନଙ୍କ ସିନେମା ‘ଜୁଡ଼ୱା ୨’ରେ ସଲମାନ୍ ଖାନ ଅତିଥି ଭୂମିକାରେ ନଜର ଆସିବେ । ଏହି ସିନେମା ସଲମାନଙ୍କ ହିଟ ସିନେମା ‘ଜୁଡ଼ୱା’ର ସିକ୍ୱେଲ । ‘ଜୁଡ଼ୱା ୨’ ସିନେମାରେ ବରୁଣ ଦୁଇଟି ଅଲଗା ଅଲଗା ଅବତାରରେ ନଜର ଆସିବେ । ସିନେମାରେ ବରୁଣଙ୍କ ବ୍ୟତୀତ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡ଼ିଜ୍ ଓ ତାପସୀ ପାନ୍ନୁ ନଜର ଆସିବେ । ସୂଚନାଯୋଗ୍ୟ ସିନେମା ‘ଜୁଡ଼ୱା ୨’ ୧୯୯୭ରେ ରିଲିଜ ହୋଇଥିବା ସଲମାନ୍ ଖାନଙ୍କ ସିନେମା ‘ଜୁଡ଼ୱା’ର ରିମେକ ଅଟେ । ଶୁଣିବା ପାଇଁ ମିଳୁଛି ସଲମାନ ଖାନ ‘ଜୁଡ଼ୱା ୨’ ସିନେମାରେ ‘ଟନଟନା ଟନ’ ଓ ‘ଉଚ୍ଚୀ ହେ ବିଲଡ଼ିଂ’ ଗୀତରେ ନଜର ଆସିବେ ।