ଆଇଏ ଆପକା ଇନ୍ତଜାର ଥା ! ଭାଇଜାନଙ୍କ ସ୍ୱାଗତ ଗୋଲାପ ବିଛାଇ କରାଗଲା ।
କୃଷ୍ଣସାର ମୃଗ ମାରିବା ଅପରାଧରେ ସେଣ୍ଟ୍ରାଲ ଜେଲ ଯାଇଥିବା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ଆଜିି ବେଲ ମିଳିଯାଇଛି । ଚାତକ ପରି ତାଙ୍କ ବେଲକୁ ଚାହିଁ ବସିଥିବା ତାଙ୍କ କୋଟି କୋଟି ଫ୍ୟାନ ଆଜି ଖୁବ ଧୁମଧାମରେ ନାଚ କରି ବାଣ ଫୁଟାଇ ଏବଂ ଚାରିଆଡୁ ଗୋଲାପ ଫୁଲ ବୃଷ୍ଟି କରି ସଲମାନଙ୍କ ସ୍ୱାଗତ କରିଥିଲେ । ସଲମାନଙ୍କ ଜାମିନ ମଞ୍ଚୁର ହେବା କଥା ଶୁଣିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଥିଲା । ଭାଇଜାନ ଜେଲରୁ ବାହାରିବା ପୂର୍ବରୁ ତାଙ୍କ ସ୍ୱାଗତ ପାଇଁ ଫ୍ୟାନ୍ସ ରାସ୍ତାରେ ଗୋଲାପ ଫୁଲ ବିଛାଇ ତାଙ୍କ ସ୍ୱାଗତ କରିଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
ଯୋଧପୁର ଜେଲ ଆଗରେ ତିନି ଦିନ ଅପେକ୍ଷା କରିବା ପରେ ଆଜି ପ୍ରଶଂସକଙ୍କ ମୁହଁରେ ଅପେକ୍ଷାର ଖୁସି ଉଚ୍ଛୁଳି ଆସିଥିଲା । କିଛି ଫ୍ୟାନ୍ସ ସଲ୍ଲୁମିଆଁଙ୍କ ପାଇଁ ଶନିମନ୍ଦିରରେ ଯଜ୍ଞ କରିବା ଏବଂ ଭୋଜନର ଆୟୋଜନ ମଧ୍ୟ କରିଥିଲେ । ଜାମିନ ମଞ୍ଚୁର ପରେ ସମସ୍ତେ ସଲମାନଙ୍କ ପୋଷ୍ଟର ଧରି ଖୁସି ମନରେ ନାଚୁଥିବାର ନଜର ଆସିଥିଲେ । ଆଉ କେତେ ଫ୍ୟାନ୍ସ ଛାତିରେ ୧୦୬ ନମ୍ବରର ବ୍ୟାନର ଲଗାଇ ଭାଇଜାନଙ୍କ ସପକ୍ଷରେ ରହି ଜୟ ଜୟକାର କରୁଥିବା ନଜର ଆସିଥିଲେ । ଫ୍ୟାନ୍ସଙ୍କ କହିବାନୁସାରେ ସେମାନେ ତିନି ଦିନ ଧରି ଥାନା ବାହାରେ ନିଜ ସୁପରଷ୍ଟାରଙ୍କ ଚିନ୍ତାରେ ଥିଲେ । ଆଜି ତାଙ୍କ ଅପେକ୍ଷାର ସୁଫଳ ମିଳିବା ଦେଖି ସେମାନେ ନିଜ ଖୁସିକୁ ଲୁଚାଇ ରଖି ପାରିନଥିଲେ ।