‘ରେସ୍ – ଥ୍ରୀ’ ସେଟରେ ସଲମାନଙ୍କ ଭିନ୍ନ ଅନ୍ଦାଜ : ଆକ୍ଟିଂ ଛାଡି ନିର୍ଦ୍ଦେଶନା ଦେଲେ ବଲିଉଡ୍ ଭାଇଜାନ୍

23

ଯେବେଠାରୁ ‘ରେସ୍–ଥ୍ରୀର ପ୍ରଥମ ଟ୍ରେଲର୍ ମୁକ୍ତିଲାଭ କରିଛି, ଫିଲ୍ମକୁ ନେଇ ରିତିମତ କିଛି ନା କିଛି ନୂଆ ଖବର ଆସୁଛି । ପ୍ରଥମେ ଆକ୍ସନରେ ଭରପୁର ଟ୍ରେଲର୍ ଦେଖି ଫ୍ୟାନମାନେ ହେଲେ ଉତ୍ସାହିତ । ଏହାପରେ ଆସିଲା ଫିଲ୍ମର ପ୍ରଥମ ଡ୍ୟାନ୍ସ ସଙ୍ଗ । ଆଉ ଏହି ଗୀତକୁ ବି ଦର୍ଶକ କଲେ ଢେର୍ ପସନ୍ଦ । ଆଉ ଏବେ ମେକର୍ ଭେଟି ଦେଇଛନ୍ତି ଫିଲ୍ମର ଏକ ମେକିଂ ଭିଡିଓ । କିଭଳି ପ୍ରତ୍ୟେକ ଷ୍ଟାର୍ ଏକାଠି ହୋଇ କରିଛନ୍ତି ରେସ୍ – ଥ୍ରୀର ସୁଟିଂ ଚାଲନ୍ତୁ ଦେଖିବା ।

ଚର୍ଚ୍ଚାରେ ‘ରେସ୍–ଥ୍ରୀ’ର ଟ୍ରେଲର୍ । ଆକ୍ସନ୍ – ଥ୍ରୀଲରରେ ଭରପୁର ଚଳଚ୍ଚିତ୍ର ରେସ୍ ପ୍ରଥମ ଟ୍ରେଲରକୁ ଦର୍ଶକ କରିଛନ୍ତି ଢେର୍ ପସନ୍ଦ । ଯାହାକୁ ନେଇ ମେକର୍ ଭେଟି ଦେଇଛନ୍ତି ଫିଲ୍ମର ପ୍ରଥମ ମେକିଂ ଭିଡିଓ । ଯେଉଁଥିରେ ଫିଲ୍ମର ସମସ୍ତ ଷ୍ଟାର୍ ନଜର ଆସିଛନ୍ତି ବେଶ ବ୍ୟସ୍ତ । ଅଭିନେତ୍ରୀ ଜ୍ୟାକଲିନ ଯେଉଁଠି ହେଲିପ୍ଟର୍ରେ ସିନ୍ ଦେବାରେ ନଜର ଆସିଛନ୍ତି, ସେଠାରେ ସଲମାନ୍ ଖାନ୍ ତୁଲାଇଛନ୍ତି ନିର୍ଦ୍ଦେଶକର ଦାୟିତ୍ୱ । ସେହିପରି ଅଭିନେତା ଅନୀଲ କପୁର୍ ହାତରେ କ୍ୟାମେରା ଧରି ସଟ୍ ନେବାରେ ଆସିଛନ୍ତି ନଜର । ଆଉ ଡେଜି ଶାହ, ବବି ଦେଓଲ୍ ସକିବ୍ ସଲିମ୍ ଆଦି ଷ୍ଟାର୍ ତୁଲାଇଛନ୍ତି କ୍ରୁ ମେମ୍ବରଙ୍କ ଦାୟିତ୍ୱ । ଭିଡିଓରେ ଷ୍ଟାର୍ ଭାବେ ନଜର ଆସିଛନ୍ତି ନିର୍ଦ୍ଦେଶକ ରେମୋ ଡିସୁଜା । ରେସ୍ – ଥ୍ରୀର ସୁଟିଂ ସେଟ୍ରେ କିଛି ଏହିପରି ମସ୍ତି କରିବାରେ ନଜର ଆସିଛନ୍ତି ଏହି ସବୁ ଷ୍ଟାର୍ । ଫିଲ୍ମର ସୁଟିଂ, ଏଡିଟିଂ ଶେଷ ହେବା ପରେ ଏବେ ଚାଲିଛି ପୋଷ୍ଟ ପ୍ରଡକ୍ସନର କାମ । ଆଉ ଅଡିଏନ୍ସ ବି ସିନେମାକୁ ନେଇ ଅଛନ୍ତି ବେଶ୍ ଏକ୍ସାଇଟେଡ୍ । ଗତ କିଛିଦିନ ଆଗରୁ ଆସିଥିଲା ସିନେମାର ପ୍ରଥମ ଗୀତ । ଯାହାକୁ ପସନ୍ଦ କରିଥିଲେ ଶ୍ରୋତା । ଏବେ କେବଳ ଅପେକ୍ଷା ତ ଫିଲ୍ମ ରିଲିଜର । ୧୫ ଜୁନରେ ପରଦାକୁ ଆସିବ ରେସ୍- ଥ୍ରୀ ।