କେମିତି ଝିଅକୁ ବିବାହ କରିବାକୁ ଚାହାନ୍ତି ଭାଇଜାନ୍ ! ସମ୍ପୁର୍ଣ୍ଣ ଖବର ଜାଣିବା ପାଇଁ ପଢନ୍ତୁ ପୁରା ରିପୋର୍ଟ ।

24

ସଲମାନ ଖାନଙ୍କ ଅପକମିଂ ଫିଲ୍ମ ରେସ୍-୩ର ଟ୍ରେଲର ଇଂଟରନେଟରେ ଧମାଲ ମଚାଇଛି । ୧୫ ଜୁନରେ ରିଲିଜ ହେବାକୁ ଥିବା ଏହି ଫିଲ୍ମର ଟ୍ରେଲର ୟୁଟ୍ୟୁବରେ ପ୍ରଥମ ନମ୍ବରରେ ରହି ଟ୍ରେଣ୍ଡ ପାଲିଟି ଯାଇଛି । ଏହାକୁ ଏବେ ପର୍ୟ୍ୟନ୍ତ ୧କୋଟି ୨ଲକ୍ଷ ଲୋକରୁ ଅଧିକଥର ୟୁଟ୍ୟୁବରେ ଦେଖା ଯାଇସାରିଲାଣି । ଫିଲ୍ମ ବିଷୟରେ ଏକ ରୋମାଂଚକର କଥା ହେଉଛି ସଲମାନଙ୍କୁ ବିବାହ ପାଇଁ କିଭଳି ଝିଅ ଦରକାର ଏହି ଫିଲ୍ମରେ କହୁଥିବାର ନଜର ଆସିବେ ।ଫିଲ୍ମ ଟ୍ରେଲରର ଏକ ଦୃଶ୍ୟରେ ସଲମାନ ଜାକଲିନଙ୍କ ହାତ ମାଗିଥିଲେ ଏବଂ ଜାକଲିନ ମନା କରିବାରୁ କହିଥିଲେ ଭୟ କରନାହିଁ ବିବାହ କରିବା ପାଇଁ ମାଗୁନାହିଁ । ଫିଲ୍ମ ଟ୍ରେଲରରେ ଦେଖିବାକୁ ମିଳିଥିବା ଏହି ଦୃଶ୍ୟ ଦର୍ଶକଙ୍କ ହୃଦୟକୁ ଜିତି ନେଇଛି । ଏହିଭଳି ସିନେମାରେ ଏଭଳି କିଛି ଦୃଶ୍ୟ ରହିଛି ଯାହା ନିଶ୍ଚୟ ଆପଣଙ୍କୁ ଭଲ ଲାଗିବେ । ତେବେ ଇଦରେ ରିଲିଜ ହେବାକୁ ଥିବା ଏହି ଫିଲ୍ମ ବକ୍ସ ଅଫିସରେ କେତେ ମାତ୍ରାରେ ଜଲୱା ଦେଖାଉଛି ତାହା କେବଳ ଆଗକୁ ଦେଖିବା ବାକି ରହିଲା ।