ଯୋଧପୁର ଜେଲରେ ସଲମାନଙ୍କ ଡିନର ମେନ୍ୟୁ ! ଜାଣନ୍ତୁ କଣ ଖାଇଲେ ଟାଇଗର ।

28

କୃଷ୍ଣସାର ମୃଗ ଶିକାର ମାମଲାରେ ସଲମାନ ଖାନଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ହୋଇଛି । ମାମଲାର ନିଷ୍ପତ୍ତି ପରେ ତାଙ୍କୁ ଯୋଧପୁର ସେଣ୍ଟ୍ରାଲ ଜେଲକୁ ପଠାଇଦିଆଯାଇଛି । ଯେଉଁଠାରେ ସଲମାନଙ୍କୁ ସାଧାରଣ କଏଦୀଙ୍କ ପରି ରଖାଯାଇଛି । କିନ୍ତୁ ତାଙ୍କ ପାଇଁ ହାଇ ସିକ୍ୟୁରିଟି ବ୍ୟବସ୍ଥା କରାଯାଇଛି ।

ଜେଲ ଭିତରେ ସଲମାନ ‘ଏ’ କ୍ୟାଟାଗୋରୀ କଏଦୀ ଅଟନ୍ତି । ତାଙ୍କୁ ଜେଲ୍ ର ସାଧାରଣ ଖାଦ୍ୟ ଖାଇବାକୁ ଦିଆଯାଇଥିଲା । ଜେଲ ର ଖାଦ୍ୟ ମେନ୍ୟୁ ଅନୁସାରେ ଗୁରୁବାର ରାତିରେ ସମସ୍ତ କଏଦୀ ମାନଙ୍କୁ ବାଇଗଣ ତରକାରୀ, ଡାଲି ଏବଂ ରୋଟି ଦିଆଯାଇଥିଲା । କିନ୍ତୁ ସଲମାନଙ୍କୁ ବାଇଗଣ ବଦଳରେ ବନ୍ଧାକୋବି ଦିଆଯାଇଥିଲା । କିନ୍ତୁ ସଲମାନ ଗତକାଲି ରାତିରେ ଜେଲରେ ଦିଆଯାଇଥିବା ଖାଦ୍ୟ ଖାଇନଥିଲେ ।

ସପ୍ତାହରେ ଗୋଟିଏ ଦିନ ମିଠା :

ଏହା ଛଡା ସପ୍ତାହରେ ଗୋଟିଏ ଦିନ କଏଦୀମାନଙ୍କୁ ମିଠା ଖାଇବାକୁ ଦିଆଯାଇଥାଏ । ଏଥି ସହ ହୋଲି, ଦୀପାବଳୀ, ଇଦ୍ ଏବଂ ୧୫ ଅଗଷ୍ଟରେ କଏଦୀମାନଙ୍କ ପାଇଁ ହାଲୱା ତିଆରି କରାଯାଇଥାଏ ।

ଆଉ ଏହା ଭିତରେ ସଲମାନ ଚାହିଁଲେ କ୍ଷୀର, କର୍ନଫ୍ଲେକ୍ସ, ଗ୍ଲୁକନ ଡି, ଫ୍ରୁଟ ଜୁସ, ସରବତ, ମିକ୍ସ ଜାମ, ଘୋଳ ଦହି, କୌଣସି ମୌସୁମୀ ଫଳ କିଣି ପାରିବେ । କିଣାଯିବାକୁ ଥିବା ଜିନିଷର ତାଲିକା ହିସାବରେ କ୍ୟାଣ୍ଟିନରେ ସେହି ସାମଗ୍ରୀ ଉପଲବ୍ଧ ହୋଇଥାଏ । କଏଦୀ ଏହି ଖାଦ୍ୟକୁ ନିଜ ପଇସାରେ କିଣି ଖାଇ ପାରିବେ ।

୩ କ୍ୟାଟାଗୋରୀର କଏଦୀ :

ଜେଲ ଭିତରେ କଏଦୀମାନଙ୍କୁ ତିନୋଟି ବିଭାଗରେ ବଣ୍ଟା ଯାଇଥାଏ । ଏଥିରେ କନଭିକ୍ଟେଡ କ୍ରିମିନାଲ ପ୍ରିଜନର୍ସ ମାନଙ୍କୁ କ୍ଲାସ ଏ, ବି ଏବଂ ସି ବିଭାଗରେ ବଣ୍ଟା ଯାଇଥାଏ । ସଲମାନ ଖାନଙ୍କୁ ‘ଏ’ କ୍ୟାଟାଗୋରୀରେ ରଖାଯାଇଛି ।

ତିନି ଥର ଖାଇବାକୁ ଦିଆଯାଇଥାଏ :

ଜୋଧପୁର ସେଣ୍ଟ୍ରାଲ ଜେଲରେ କଏଦୀମାନଙ୍କୁ ତିନି ଥର ଖାଇବାକୁ ଦିଆଯାଇଥାଏ । ସକାଳେ ଗୁଡ ଚଣା ଏବଂ ଚାହା, ଦ୍ୱିପହରେ ରୋଟି, ଘିଅ ଡାଲି, ଏକ ତରକାରୀ, ଭାତ, ଚଟନୀ ଏବଂ କଞ୍ଚାଲଙ୍କା ଦିଆଯାଇଥାଏ । ସେହିପରି ସନ୍ଧ୍ୟାରେ ରୋଟି, ତରକାରୀ, କ୍ଷୀର ଆଉ ଏକ ମୌସୁମୀ ଫଳ ଦିଆଯାଇଥାଏ । ସନ୍ଧ୍ୟାରେ ଚାହା ମଧ୍ୟ ଦିଆଯାଇଥାଏ । ଏହା ବ୍ୟତୀତ କଏଦୀ ଚାହିଁଲେ ନିଜ ପଇସାରେ ଇଚ୍ଛାଅନୁଯାୟୀ ଖାଦ୍ୟ ସାମଗ୍ରୀ କିଣିପାରିବେ । ଏଥିରେ ଜେଲ ପ୍ରଶାସନ ପକ୍ଷରୁ କିଛି ଜିନିଷ ଫିକ୍ସ କରାଯାଇଛି । ଯାହାର ମୂଲ୍ୟ ବାହାର ବଜାର ଦର ସହ ସମାନ ଅଟେ । ୨୦୧୬ ମସିହା ପରେ କଏଦୀମାନଙ୍କୁ ସପ୍ତାହରେ ଗୋଟିଏ ଥର ମିଠା ଖାଇବାକୁ ଦିଆଯାଉଛି ।

ଜେଲର ଖାଦ୍ୟ ଖରାପ ନୁହେଁ :

ଏହା ନୁହେଁ ଯେ, ଜେଲ୍ ର ଖାଦ୍ୟ ଅତ୍ୟନ୍ତ ଖରାପ ହୋଇଥାଏ । ଏପରିକି ଜେଲ୍ ର ଖାଇବା ପ୍ରିଜନ ମେଡିକାଲ ଅଫିସରଙ୍କ ନଜରରେ ତିଆରି କରାଯାଇଥାଏ । ଖାଦ୍ୟ ପ୍ରସ୍ତୁତ ହେବା ପରେ ଏହାକୁ ପ୍ରଥମେ ଜେଲ ସୁପରିଟେଣ୍ଡେଣ୍ଟ ଏବଂ ମେଡିକାଲ ଅଫିସରଙ୍କ ପାଖରେ ଯାଞ୍ଚ କରାଯାଇଥାଏ ।  ଆଉ ଏହା ପରେ କଏଦୀମାନଙ୍କୁ ଖାଇବାକୁ ଦିଆଯାଏ ।