କରୀନାଙ୍କ ପାର୍ଟିରେ ମଲାଇକାଙ୍କୁ ଦେଖି ଖପ୍ପା ହେଲେ ସଲମାନ

27

pସମସ୍ତେ ଜାଣନ୍ତି କରୀନା କପୁର ବହୁତ ଜଲଦି ମା ହେବାକୁ ଯାଉଛନ୍ତି । ଏଥିନେଇ ନିକଟରେ ସେ ତାଙ୍କ ଘରେ ଏକ ପାର୍ଟିର ଆୟୋଜନ କରିଥିଲେ । ଯେଉଁଠି ସେ ନିଜର ସବୁ ଖାସ ସାଙ୍ଗ ମାନଙ୍କୁ ନିମନ୍ତ୍ରଣ କରିଥିଲେ । ଏଇ ପାର୍ଟିରେ ସଲମାନ ଖାନ , ଅମୃତା ଆରୋରା , ମଲାଇକା ଆରୋରା ଖାନ ଓ କରୀନାଙ୍କ ଅନ୍ୟ ସାଙ୍ଗମାନେ ଉପସ୍ଥିତ ଥିଲେ । କିନ୍ତୁ ପାର୍ଟିରେ ସଲମାନ ଖାନ ଓ ତାଙ୍କ ଭାଉଜ ମଲାଇକା ଅରୋରା ଖାନ ଯେତେବେଳେ ସାମ୍ନା ସାମ୍ନି ଆସିଥିଲେ ପାର୍ଟିର ମାହୋଲ ବିଲକୁଲ ବଦଳି ଯାଇଥିଲା ।

ମଲାଇକା ଆରୋରା ଓ ଅରବାଜ ଖାନଙ୍କ ଛାଡପତ୍ର ମାମଲାକୁ ନେଇ ଖାନ ପରିବାର ଓ ମଲାଇକାଙ୍କ ମଧ୍ୟରେ ଏବେ ଫାଟ ସୃଷ୍ଟି ହୋଇ ଯାଇଛି । ସଲମାନ ଖାନ ସେମାନଙ୍କ ଛାଡପତ୍ର ରୋକିବା ପାଇଁ ବହୁତ ଚେଷ୍ଟା କରିଥିଲେ । କିନ୍ତୁ ସଲମାନ ଖାନ ଓ ତାଙ୍କ ପରିବାର ଲୋକଙ୍କ ସତଚେଷ୍ଟା ସତ୍ୱେ ମଲାଇକା ଅରବାଜଙ୍କ ସହ ଏକାଠି ରହିବାକୁ ନାରାଜ । ଏପରିସ୍ଥଳେ ସଲମାନ ଓ ମଲାଇକାଙ୍କ ସଂପର୍କ ମଧ୍ୟରେ ମଧ୍ୟ ଭଟ୍ଟା ପଡି ଯାଇଛି ।

ସୂଚନା ଅନୁସାରେ ପାର୍ଟିରେ ସବୁକିଛି ଠିକଠାକ ଚାଲିଥିଲା କିନ୍ତୁ ଯେତେବେଳେ ସଲମାନ ଖାନ ମଲାଇକାଙ୍କୁ ଦେଖିଲେ ତାଙ୍କ ହାବଭାବରେ ପରିବର୍ତ୍ତନ ହୋଇ ଯାଇଥିଲା । ପାର୍ଟିରେ ଉଭୟ ଉଭୟଙ୍କ ଠାରୁ ଯଥାସମ୍ଭବ ଦୂରତ୍ୱ ବଜାୟ ରଖିଥିଲେ । ପାର୍ଟିରେ ମଲାଇକାଙ୍କ ଉପସ୍ଥତିକୁ ସଲମାନ ପସନ୍ଦ କରିନଥିଲେ ଏବଂ କିନ୍ତୁ କୈାଣସି ମତେ ସେ ନିଜ ରାଗ ଉପରେ ନିୟନ୍ତ୍ରଣ ଆଣିଥିଲେ ।