ଆୱାର୍ଡ ସୋରେ ମୁହାଁମୁହିଁ ହେଲେ ସଲମାନ୍ ଏବଂ ଐଶ୍

36

ବଲିଉଡର ଦବଙ୍ଗ ଖାନ୍ ସଲମାନ୍ ଏବଂ ବିଶ୍ୱସୁନ୍ଦରୀ ଐଶ୍ୱର୍ଯ୍ୟାରାୟଙ୍କ ଗୁପଚୁପ୍ ପ୍ରେମକୁ ନେଇ ଗୋଟିଏ ସମୟରେ ଇଣ୍ଡଷ୍ଟ୍ରିରେ ଜୋରଦାର ଚର୍ଚ୍ଚା ହୋଇଥିଲା । ଐଶ୍ ବିଗବିଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ବିବାହ କରି ବର୍ତମାନ ଗୋଟିଏ ଶିଶୁ କନ୍ୟାର ଜନନୀ ମଧ୍ୟ ହୋଇସାରିଛନ୍ତି । କିନ୍ତୁ ବଲିଉଡର ଏହି ହ୍ୟାଣ୍ଡସମ୍ ହଙ୍କ ଏବେ ବି ଏକୁଟିଆ ରହିଛନ୍ତି ।

କିନ୍ତୁ ନିକଟରେ ଅନୁଷ୍ଠିତ ହୋଇଥିବା “ଷ୍ଟାରଡଷ୍ଟ ଆୱାର୍ଡ’ରେ ଦୁଇଜଣଙ୍କୁ ଏକାଠି ଦେଖିବାକୁ ମିଳିଥିଲା । ଏହି ଆୱାର୍ଡ ପ୍ରଦାନ ଉସବରେ କିଛି ଖାସ୍ କଥା ଦେଖିବାକୁ ମିଳିଥିଲା । ହିନ୍ଦୀ ଫିଲ୍ମ ‘ସରବଜିତ’ ପାଇଁ ଯେତେବେଳେ ଐଶଙ୍କୁ ସମ୍ମାନିତ କରାଯାଇଥିଲା, ସେତେବେଳେ ସଲମାନ୍ ଖାନ ତାଙ୍କ ପୂର୍ବତନ ପ୍ରେମିକା ପାଇଁ ତାଳି ବଜାଇଥିଲେ ।

ଏହି ଆୱାର୍ଡ ସୋ’କୁ ଐଶ୍ ନିଜର ପୁରା ପରିବାର ସହ ଆସିଥିଲେ । ଏଥିପାଇଁ ସଲମାନ୍ ତାଙ୍କ ଆଡକୁ ବେଶି ଧ୍ୟାନ ଦେଇନଥିଲେ । ଐଶ୍ୱର୍ଯ୍ୟା ମଂଚକୁ ଯାଇ ସିଧା ଆୱାର୍ଡ ଧରି ଚାଲି ଆସିଥିଲେ ।

ମିଡିଆର ରିପୋର୍ଟ ମୁତାବକ ଏହି ଇଭେଂଟର ଭିଡିଓ ଦେଖିବା ପରେ ବିଭିନ୍ନ ଚ୍ୟାନେଲ୍ ଗୁଡିକୁ ଅନୁରୋଧ କରି କହିଥିଲେ ଯେ ଐଶ ଏବଂ ତାଙ୍କୁ ନେଇ ଯେତିକି ଭିଡିଓ ସୁଟିଂ କରାଯାଇଛି, ତାକୁ ଏଡିଟିଙ୍ଗ କରି ଟେଲିକାଷ୍ଟ କରିବା ପାଇଁ କହିଥିଲେ ।

ସଲମାନଙ୍କର କିଛି ଚ୍ୟାନେଲ୍ ସହିତ ଭଲ ସମ୍ପର୍କ ରହିଥିବାରୁ ଏହି କଥାକୁ ମାନି ଯାଇଥିଲେ,ତେବେ କଥାରେ କେତେ ସତ୍ୟତା ରହିଛି, ତାହା ଏହି  ଆୱାର୍ଡ ସୋ’ର ପ୍ରସାରଣ ପରେ ଜଣାପଡିବ ।