ନୂଆ ବର୍ଷର ନୂଆ ଝଲକ୍ ! ଏକାଠି କାମ କରିବେ ସଲମାନ, କରଣ ଏବଂ ଅକ୍ଷୟ କୁମାର

34

ବଲିଉଡର ଦବଙ୍ଗ୍ ଷ୍ଟାର୍ ସଲମାନ ଖାନ୍ ଏବଂ ଜଣାଶୁଣା ନିର୍ମାତା-ନିର୍ଦେଶକ କରଣ ଜୋହର ଏବେ ପ୍ରଥମ ଥର ଲାଗି ମିଳିତ ଭାବେ ଏକ ସିନେମାର ପ୍ରଯୋଜନା କରୁଛନ୍ତି । ଯଦିଓ ସିନେମାଟିର ନାଁ ଏବେ ସୁଦ୍ଧା ସ୍ଥିର କରାଯାଇ ନାହିଁ । ହେଲେ ଏଥିରେ ନାୟକ ଭୂମିକା ନଜର ଆସିବେ ଖିଲାଡି ଷ୍ଟାର୍ ଅକ୍ଷୟ କୁମାର । ଏହାର ନିର୍ଦେଶନା ଦେବେ ପ୍ରସିଦ୍ଧ ପଞ୍ଜାବୀ ନିର୍ଦେଶକ ଅନୁରାଗ ସିଂହ ।

ନୂଆ ବର୍ଷ ଦିନ ହିଁ ଅକ୍ଷୟ କୁମାର ଏହି ସିନେମା ପାଇଁ ଚୁକ୍ତି ସ୍ୱାକ୍ଷରୀତ କରିଛନ୍ତି । ଆଉ ଏଥିରେ ତାଙ୍କର ଭୂମିକାକୁ ନେଇ ମଧ୍ୟ ବେଶ୍ ଉତ୍ସାହିତ । ଏଠାରେ ଉଲ୍ଲେଖଯୋଗ୍ୟଯେ ଅକ୍ଷୟ କୁମାର ପୂର୍ବରୁ କରଣ ଜୋହରଙ୍କ ପ୍ରଯୋଜିତ ‘ବ୍ରଦର୍ସ’ରେ କାମ କରିଥିଲେ । ଅପରପକ୍ଷରେ ଅକ୍ଷୟ ସଲମାନଙ୍କ ସହ ‘ମୁଝସେ ଶାଦି କରୋଗି’ ଏବଂ‘ ଜୋକର୍’ ଆଦି ସିନେମାରେ ଅଭିନୟ କରିଥିଲେ।