ସଲମାନ ଖାନଙ୍କ ବେଆଇନ୍ ଅସ୍ତ୍ରଶସ୍ତ୍ର ରଖିବା ମାମଲା : ଭାଇଜାନଙ୍କୁ ଦୋଷମୁକ୍ତ କଲେ ଯୋଧପୁର କୋର୍ଟ

35

କନକ ବ୍ୟୁରୋ : ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ମାମଲାରେ ଦୋଷମୁକ୍ତ ହେଲେ ଭାଇଜାନ । ଯୋଧପୁର କୋର୍ଟ ସଲମାନ ଖାନଙ୍କ ଦୋଷମୁକ୍ତ କରିଛନ୍ତି । ୧୯୯୮ ମସିହାର ଫିଲ୍ମ ‘ହମ ସାଥ୍ ସାଥ୍ ହୈ’ର ସୁଟିଂ ସମୟରେ ସଲମାନଙ୍କ ଉପରେ ବେଆଇନ ଅସ୍ତ୍ରଶସ୍ତ୍ର ରଖିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ଦୀର୍ଘ ୧୮ ବର୍ଷ ଧରି ମାମଲା ଚାଲିଥିଲା । ଆଜି ଏହି ମାମଲାରେ ଶୁଣାଣି କରିଛନ୍ତି ଯୋଧପୁର ସିଜେଏମ କୋର୍ଟ । ପ୍ରମାଣ ଅଭାବରୁ ସଲୁ ମିଆଁଁଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ ।

ସଲମାନ ଖାନଙ୍କ ବିରୋଧରେ ଆର୍ମ୍ସ ଆକ୍ଟର ଧାରା ୩/୨୫ ଓ ୨୫ ଦଫା ଲାଗିଥିଲା । କୁହାଯାଉଥିଲା ଯଦି ଏହି ଆକ୍ଟର ପ୍ରଥମ ଧାରାରେ ସଲମାନ ଦୋଷୀ ସାବ୍ୟସ୍ତ ହୋଇଥାନ୍ତି ତେବେ ୩ବର୍ଷ ଓ ଦ୍ୱିତୀୟ ଧାରାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ସାତ ବର୍ଷ ଜେଲ ଦଣ୍ଡ ଭୋଗିଥାନ୍ତେ । କୃଷ୍ଣସାର ମୃଗ ଶିକାର ମାମଲାରେ ପୂର୍ବରୁ ଯୋଧପୁର କୋର୍ଟ ତାଙ୍କୁ ଦୋଷମୁକ୍ତ କରିଥିଲେ । ସୁଟିଂ ସମୟରେ ସଲମାନ ଖାନ୍ ୨ଟି କୃଷ୍ଣସାର ମାରିଥିବା ନେଇ ତାଙ୍କ ଉପରେ ମାମଲା ରୁଜୁ ହୋଇଥିଲା ।