ଶିକାର କେସରେ ଫସିଲେ ସଲମାନ,୫ ବର୍ଷ ପାଇଁ ହେଲା ଜେଲଦଣ୍ଡ! ଜାଣନ୍ତୁ ୧ ଅକ୍ଟୋବର ୧୯୯୮ ରାତିରେ କ’ଣ ଘଟିଥିଲା ।

63

ବହୁଚର୍ଚ୍ଚିତ କୃଷ୍ଣସାର ମୃଗ ମାରିବା ଘଟଣାରେ ଅଭିନେତା ସଲମାନ ଖାନଙ୍କୁ ୫ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିଛି । ଏହି ମାମଲାରେ ଅନ୍ୟ ଆରୋପୀ କଳାକାର ସେଫ ଅଲ୍ଲୀ ଖାନ, ଅଭିନେତ୍ରୀ ନିଲମ,ସୋନାଲୀ,ତବ୍ୱୁ ଏବଂ ଦୁଷ୍ୟନ୍ତ ସିଂହଙ୍କ ଉପରେ ଆଜି ନିଷ୍ପତ୍ତି ନିଆଯାଇଛି । କୋର୍ଟ ସଲମାନଙ୍କୁ ଦୋଷୀ ଆରୋପ କରିଥିବା ବେଳେ ଅନ୍ୟ ଆରୋପୀଙ୍କୁ ଖଲାସ କରିଦେଇଛି । ୧ ଅକ୍ଟୋବର ୧୯୯୮ ତାରିଖରେ ଏହି ଘଟଣା ଘଟିଥିଲା । ସଂଯୋଗ କୁହନ୍ତୁ କିମ୍ବା ଆଉ କ’ଣ ଘଟଣା ଗୁରୁବାର ଦିନ ଘଟିଥିବାବେଳେ ଆଜି ରାୟ ଶୁଣାଣି ମଧ୍ୟ ଗୁରୁବାରରେ ହିଁ ହୋଇଛି ।

କାଣ୍ଡ ଭିଆଇଥିବା ଅଭିନେତା ଏବଂ ଅଭିନେତ୍ରୀଙ୍କୁ କିଭଳି ଭାବେ ଦଣ୍ଡ ମିଳିବ ଏହାର ଅପେକ୍ଷା କାଂକାଣୀ ଗାଁ ଲୋକଙ୍କୁ ୨୦ ବର୍ଷରୁ ରହିଆସିଥିଲା । ବିଶ୍ରୋୟୀ ସମାଜର ଲୋକ କୃଷ୍ଣସାର ମୃଗକୁ ନିଜ ସନ୍ତାନ ଭାବେ ପାଳିଥାନ୍ତି । ସେମାନଙ୍କ ଯତ୍ନ ନେବା ଗ୍ରାମବାସୀଙ୍କ ହାତରେ ନ୍ୟସ୍ତ ଥାଏ ।

୧ ଅକ୍ଟୋବର ରାତି ପ୍ରାୟ ୨ଟା ସମୟରେ ସମ୍ପୁର୍ଣ୍ଣ ଗ୍ରାମ ଶୋଇବା ଅବସ୍ଥାରେ ହେଡଲାଇଟ ଜଳିଥିଲା ଏହି ହେଡଲାଇଟର ଆଲୁଅରେ ପୁରା ଗାଁ ଜଳିଉଠିଥିଲା ଏବଂ ଗାଁ ସାରା ଜିପ ବୁଲିବା ପରି ଶବ୍ଦ ହେଲା । ଗ୍ରାମବାସୀଙ୍କୁ ଅଛପା ରହିନଥିଲା ଯେ ଶିକାରୀ ଶିକାର ପାଇଁ ଏ ସବୁ ଆୟୋଜନ କରିଛନ୍ତି । କିଛି ସମୟ ପରେ ହଠାତ ଗୁଳିର ଶବ୍ଦ କ୍ଷେତଆଡୁ ଶୁଭିଲା । ଗ୍ରାମବାସୀ ବିଳମ୍ବ ନକରି ଠେଙ୍ଗା ଧରି କ୍ଷେତ ଆଡକୁ ଦୌଡିଲେ ସେତେବେଳକୁ ସବୁ ଦୋଷୀ ସେଠାରୁ ଚାଲିଯାଇଥିଲେ । କିନ୍ତୁ ଗ୍ରାମବାସୀ ସଲମାନଙ୍କୁ ଚିହ୍ନି ପାରିଥିଲେ । କିନ୍ତୁ ଅଦାଲତରେ ସାକ୍ଷୀ ଦେବା ସମୟରେ ଛୋଗାରାମ ନାମକ ଜଣେ ଗ୍ରାମବାସୀ କଥାରୁ ଓହରି ଯାଇଥିଲେ ଏବଂ କିଛି ମନେ ନପଡିବା କହିଥିଲେ । ସମଗ୍ର ଗ୍ରାମବାସୀଙ୍କ ସମ୍ମୁଖରେ ଦୁଇ ମୃଗଙ୍କୁ ସମାଧି ଦିଆଯାଇଥିଲା । କିନ୍ତୁ କେସ କୋର୍ଟରେ ହିଁ ପଡି ରହିଥିଲା ।