କେରଳରେ ବନ୍ୟା ପୀଡିତଙ୍କୁ ସହାୟତାର ହାତ ବଢାଇଲେ ଦବଙ୍ଗ ବୟ ସଲମାନ ! ବ୍ୟକ୍ତିଗତ ଭାବେ ଦେଲେ ୧୨ କୋଟି ଟଙ୍କା ।

28

ବଲିଉଡରେ ସଲମାନ ଖାନ ଜଣେ ନାମିଦାମି କଳାକାର ଭାବେ ପରିଚିତ । ତାଙ୍କର ଆକ୍ସନ ଫିଲ୍ମ ପାଇଁ ଲୋକମାନେ ତାଙ୍କୁ ବେଶ ପସନ୍ଦ କରିଥାନ୍ତି । କେବଳ ସିନେମା ଜଗତରେ ନୁହେଁ ରିୟଲ ଲାଇଫରେ ମଧ୍ୟ ସଲମାନ ଜଣେ ସହୃଦୟ ବ୍ୟକ୍ତି ଭାବେ ପରିଚିତ । ଲୋକମାନଙ୍କୁ ସେ ବହୁତ ସାହାଯ୍ୟ କରିଥାନ୍ତି । ଯଦି କୌଣସି ବ୍ୟକ୍ତି କେବେ କୌଣସି ଅସୁବିଧାରେ ପଡନ୍ତି ସଲମାନ ତାଙ୍କୁ ସାହାଯ୍ୟର ହାତ ବଢାଇ ଦିଅନ୍ତି । ସଲମାନ ନିଜ ସାମର୍ଥ୍ୟ ମୁତାବକ୍ ଲୋକଙ୍କ ସେବା କରିବାର ସୁଯୋଗ କେବେ ବି ହାତ ଛଡ଼ା କରନ୍ତି ନାହିଁ। ଏପରକି ତାଙ୍କର ‘ବିଙ୍ଗ୍ ହୁମ୍ୟାନ୍’ ନାମରେ ଏକ ସଂଗଠନ ବି ରହିଛି। ଏହି ସଂଗଠନରୁ ଅନୁଦାନ ପାଇଁ ହଜାର ହଜାର ଲୋକ ଉପକୃତ ହୁଅନ୍ତି। ଅନାଥ, ଅଶହାୟ ବୟସ୍କ ବ୍ୟକ୍ତି କିମ୍ବା କୌଣସି ରୋଗ ପୀଡ଼ିତ ଆଦିଙ୍କୁ ସଲମାନ ତାଙ୍କ ‘ବିଙ୍ଗ୍ ହୁମ୍ୟାନ୍’ ସ୍ୱେଚ୍ଛାସେବୀ ସଂଗଠନରୁ ଅନୁଦାନ ଦେଇଥାନ୍ତି।

ନିକଟରେ କେରଳରେ ଲଗାଣ ବର୍ଷା ହେତୁ ବନ୍ୟା ହୋଇଥିବା ଫଳରେ କେରଳବାସୀ ଏବେ ଅନ୍ୟର ସହାୟତା ଉପରେ ନିର୍ଭର କରି ବଞ୍ଚି ରହିଛନ୍ତି। ଏହି ପରିସ୍ଥିତିରେ ବିଭିନ୍ନ ରାଜ୍ୟର ସରାକାର, ବହୁ ସ୍ୱେଚ୍ଛାସେବୀ ସଂଗଠନ, ନେତା, ଜନତା ଆଦି ଲୋକେ ଦାନ ଦେଇ ସହାୟତାର ହାତ ବଢ଼ାଇଛନ୍ତି।

ନିକଟରେ ‘ବାହୁବଳୀ’ ଅଭିନେତା ପ୍ରଭାସ ୨୫ ଲକ୍ଷ ଦାନ କରିଥିବା କଥା ବି ଆପଣ ଜାଣିଥିବେ ନିଶ୍ଚୟ। ମାତ୍ର ସଲମାନ କେରଳ ରିଲିଫ୍ ପାଣ୍ଠିକୁ ଅଧିକ ରକମର ଅନୁଦାନ ପ୍ରଦାନ କରି ପୁଣି ଥରେ ନିଜ ସହୃଦୟତାର ପରିଚୟ ପ୍ରଦାନ କରିଛନ୍ତି। ବିଭିନ୍ନ ରାଜ୍ୟର ସରକାରୀ ପାଣ୍ଠିରୁ କେରଳକୁ ମାତ୍ର ୫ କୋଟି, ୭ କୋଟି କିମ୍ବା ୧୦ କୋଟି ମିଳିଥିବା ବେଳେ ସଲମାନ ବ୍ୟକ୍ତିଗତ ଭାବେ ଏକୁଟିଆ ୧୨ କୋଟି ଟଙ୍କା କେରଳର ବନ୍ୟା ପ୍ରପୀଡ଼ିତଙ୍କ ଉଦ୍ଦେଶ୍ୟରେ ଦାନ କରିଛନ୍ତି।