ଏକାଠି ଫିଲ୍ମ କରିବେ ଭାଇଜାନ ଓ କିଂଗଖାନ ! ଦର୍ଶକ ଦେଖିବାକୁ ପାଇବେ ଦୁଇ ବିଗଷ୍ଟାରଙ୍କ ଜଲୱା 

50

ସଲମାନଙ୍କ ସହିତ ବ୍ୟାକ ଟୁ ବ୍ୟାକ ଦୁଇଟି ବ୍ଲକବଷ୍ଟର ଫିଲ୍ମ ଦେବାପରେ ନିର୍ଦ୍ଦେଶକ ଅଲ୍ଲୀ ଆବାସ ଜାଫର ବଲିଉଡର ଦୁଇ ବିଗଷ୍ଟାରଙ୍କୁ ନେଇ ଫିଲ୍ମ କରିବାକୁ ଯାଉଛନ୍ତି । କଥାଟା ଶୁଣି ଆଶ୍ଟର୍ଯ୍ୟ ହୋଇଗଲେ କି ? ତେବେ ଆସନ୍ତୁ ଜାଣିବା କ’ଣ ରହିଛି ପୁରା ଘଟଣା । ‘ଟାଇଗର ଜିନ୍ଦା ହୈ’ର ସଫଳତା ପରେ ଅଲ୍ଲୀ ଆବାସ କହିଛନ୍ତି, ସେ ଶାହାରୁଖ ଖାନ ଏବଂ ସଲମାନ ଖାନଙ୍କୁ ନେଇ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । ତାଙ୍କ ମତରେ ଏଥିପାଇଁ  ସ୍କ୍ରିପ୍ଟ ଭଲ ହୋଇଥିବା ଜରୁରୀ ।

ଏବେ ଏବେ ଟାଇଗର ଜିନ୍ଦା ହୈ ୩୫୦ କୋଟିରେ ସାମିଲ ହୋଇଛି । ସଲମାନ ଖାନଙ୍କୁ  ନେଇ ଅଲ୍ଲୀ ଆବାସଙ୍କର ଏହା ଥିଲା ଦ୍ୱିତୀୟ ଫିଲ୍ମ । ଏହା ପୂର୍ବରୁ ‘ସୁଲତାନ’ରେ ନିର୍ଦ୍ଦେଶନା ଦେଇଥିଲେ,ଯେଉଁଥିରେ ସଲମାନ ଲିଡରୋଲରେ ଥିଲେ ।

ଏକ ଇଣ୍ଟରଭ୍ୟୁରେ ଶାହାରୁଖ ଖାନଙ୍କ ସହ କାହିଁକି ଫିଲ୍ମ କରୁନାହାଁନ୍ତି ବୋଲି ପଚାରିବାରୁ ଆବାସ କହିଥିଲେ , ସେ ସଲମାନ ଏବଂ ଶାହାରୁଖ ଖାନଙ୍କୁ ଏକାଠି ନେଇ ଏକ କମେଡି ଫିଲ୍ମ କରିବାକୁ ଚାହାଁନ୍ତି । କିନ୍ତୁ ସେଥିପାଇଁ ଭଲ ସ୍କ୍ରିପ୍ଟର ଆବଶ୍ୟକତା ରହିଛି । ଏହି ସମୟରେ ସେ ଦୁଇ କଳାକାରଙ୍କର ଖୁବ ପ୍ରଶଂସା କରିବା ସହିତ ସେ କହିଥିଲେ , ସଲମାନ ଓ ଶାହାରୁଖଙ୍କ ମଧ୍ୟରେ ଭଲ ତାଳମେଳ ରହିଛି । ଦୁହେଁ ପୂର୍ବରୁ ଏକାଠି କାମ କରିସାରିଛନ୍ତି । ତେଣୁ ସେମାନଙ୍କ ସହିତ କାମ କରିବାକୁ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ । ଏବେ ଦୁଇ କଳାକାର ସେମାନଙ୍କ ପ୍ରୋଜେକ୍ଟକୁ ନେଇ ଖୁବ ବ୍ୟସ୍ତ । ସଲମାନ ‘ରେସ-୩’ର ସୁଟିଂରେ ବ୍ୟସ୍ତ ଥିବା ବେଳେ ଶାହାରୁଖ ତାଙ୍କ ଅପକମିଂ ଫିଲ୍ମ ‘ଜିରୋ’କୁ ନେଇ ବ୍ୟସ୍ତ ଅଛନ୍ତି ।