ଅସଲି ନୁହେଁ ନକଲି : ଗୋଟିଏ ଫିଲ୍ମରେ ନଜର ଆସିବେ ଅମିର-ସଲମାନ-ଶାହାରୁଖ

43

thrବଲିଉଡରେ ଏବେ ତିନି ଖାନ୍ ଅମିର-ସଲମାନ-ଶାହାରୁଖଙ୍କ ରାଜୁତି ଚାଲିଛି । ବୟସର ଛାପ ରିଲ୍ ଲାଇଫକୁ ପ୍ରଭାବିତ କରିପାରିନି ଏଯାଏ । ଏହି ତିନି ଖାନଙ୍କ ଫିଲ୍ମ ରିଲିଜ ହେଲେ ହଲରେ ଭିଡ ଲାଗିଯାଏ । ଅନେକ ଲୋକଙ୍କ ସ୍ୱପ୍ନ ସେମାନଙ୍କର ପ୍ରିୟ ଏହି ତିନି ଖାନଙ୍କୁ ଗୋଟିଏ ଫିଲ୍ମରେ ଦେଖିବା ପାଇଁ ।

scoopଆଉ ଦର୍ଶକଙ୍କର ଏହି ଆଶା ପୂରଣ ହେବାକୁ ଯାଉଛି । ଏହି ତିନି ଖାନ୍ ବହୁତ ଶୀଘ୍ର ନଜର ଆସିବେ ଗୋଟିଏ ଫିଲ୍ମରେ । ଏହାର ଘୋଷଣା ସଲମାନ ନିଜ ଫେସବୁକ ପେଜରେ କରିଛନ୍ତି । ହେଲେ ପ୍ରକୃତ କଥା ହେଲା ଏହି ତିନି ସୁପରଷ୍ଟାରଙ୍କ ଡୁପ୍ଲିକେଟ ଏହି ଫିଲ୍ମରେ ନଜର ଆସିବେ । ଫିଲ୍ମର ନାମ “ ଅମିର ,ସଲମାନ ,ଶାହାରୁଖ ”।
rrrରାଜୁ ରାହିକବାର ( ଜୁନିୟର ଶାହାରୁଖ ) ,ସାଗର ପାଣ୍ଡେ (ଜୁନିୟର ସଲମାନ) ଓ ଦେବାଶିଷ ଘୋଷ ( ଜୁନିୟର ଅମିର )ଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଏହି ଫିଲ୍ମକୁ ନିର୍ଦେଶନା ଦେଉଛନ୍ତି ଇକବାଲ୍ ସୁଲେମାନ । ପ୍ରଡ୍ୟୁସ କରୁଛନ୍ତି ହରିଶ ବାବୁ । ସଲମାନ ଏହାର ଭିଡିଓ ସେୟାର କରିବା ସହ ଟ୍ୱିଟ୍ ମଧ୍ୟ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ –