ସାଲେପୁର ନରେନ୍ଦ୍ରପୁରରେ ଥମୁନି ଉତ୍ତେଜନା ! ୧୪୪ ଧାରା ଜାରି ପରେ ବି ରାସ୍ତାରୋକ ସହ ପୋଡାଜଳା,୧୦ ପ୍ଲାଟୁନ୍ ଫୋର୍ସ ମୁତୟନ ।

33

କନକ ନ୍ୟୁଜ୍ : ସାଲେପୁର ନରେନ୍ଦ୍ରପୁରରେ ଥମୁନି ଉତେଜନା । ୧୪୪ ଧାରା ପରେ ବି ରାସ୍ତାରୋକ ଓ ପୋଡ଼ାଜଳା ଲାଗି ରହିଛିି । କଟକ ଜିଲ୍ଲା ନେମାଳ ଥାନା ନରେନ୍ଦ୍ରପୁରରେ ଗତକାଲିଠାରୁ ଲାଗି ରହିଛି ଗୋଷ୍ଠୀ ସଂଘର୍ଷ । ଝିମିଟି ଖେଳରୁ ମହାଭାରତ ଭଳି ସାମାନ୍ୟ କମେଂଟ୍ ମରାରୁ ଗଣ୍ଡଗୋଳ ଆରମ୍ଭ ହୋଇ ଉଗ୍ର ରୂପ ନେଇଛି । ଉତ୍ୟକ୍ତ ଲୋକ ପୋଲିସ ଭ୍ୟାନକୁ ପୋଡ଼ି ଦେଇଛନ୍ତି । ଭ୍ୟାନ ପୋଡ଼ି ଘଟଣାରେ ୫ ଜଣକୁ ଅଟକ ରଖିଥବା ବେଳେ ଆଖପାଖ ଅଂଚଳର ଲୋକ ଟାୟାର ଜାଳି ରାସ୍ତାରୋକ କରିଛନ୍ତି । ଘଟଣା ସ୍ଥଳରେ ୧୦ ପ୍ଲାଟୁନ ଫୋଲିସ ଫୋର୍ସ ମୁତୟନ କରାଯାଇଛି ।

ସାମାନ୍ୟ ସାଇଡ୍ ମରାକୁ ନେଇ ଉତେଜନା ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ରାସ୍ତାରେ ଯାଉଥିବା ବେଳେ ସାଇଡ୍ ମରାକୁ କେନ୍ଦ୍ର କରି ଦୁଇ ଯୁବକଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହାପରେ ସେମାନଙ୍କ ମଧ୍ୟରୁ ଜଣେ କାକୁଡିଆପଦାରୁ ଆଉ କିଛି ଯୁବକଙ୍କୁ ଡାକି ଆଣି ବଚସା ଲାଗିଥିବା ଯୁବକଙ୍କ ଘରକୁ ଯାଇ ମାରପିଟ୍ କରିଥିଲା । ଏହି ମାରପିଟରେ ଜଣେ ଗର୍ଭବତୀ ଓ ନାବାଳକ ଗୁରୁତର ଆହତ ହୋଇଥିଲେ । ଏହି ଘଟଣା ପ୍ରଚାରିତ ହେବା ପରେ ଗାଁରେ ଉତେଜନା ଦେଖାଦେଇଛି ।