ସାଲେପୁର : ନିଶାସକ୍ତ ଅବସ୍ଥାରେ ଧକ୍କା ଦେବା ପଡିଲା ମହଙ୍ଗା, ଅଟୋ ଡ୍ରାଇଭରକୁ ବିଚ୍ ରାସ୍ତାରେ ଆଣ୍ଠେଇ ବାଡେଇଲେ ମହିଳା

31

କନକ ବ୍ୟୁରୋ : ନିଶାସକ୍ତ ଅବସ୍ଥାରେ ଅଟୋ ଚଳାଇ ଧକ୍କା ଦେବା ଡ୍ରାଇଭରକୁ ମହଙ୍ଗା ପଡିଛି । ଅଟୋ ଡ୍ରାଇଭରକୁ ବିଚ ରାସ୍ତାରେ ଆଣ୍ଠେଇ ମାଡ ମରିଛନ୍ତି ମହିଳା । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ସାଲେପୁର ଥାନା ଅଂଚଳରେ । ଯାଜପୁର ଜିଲ୍ଲା ବଡଚଣା ଥାନା ସୁଙ୍ଗୁଡା ଗାଁର ସେକ୍ ଅନିସଉଦ୍ଧିନ ଅଟୋ ଭଡା ନେଇ ସାଲେପୁର ଆସିଥିଲା । ତେବେ ନିଶାସକ୍ତ ଅବସ୍ଥାରେ ଡ୍ରାଇଭର ଜଣକ ଜଣେ ଯୁବତୀଙ୍କୁ ଧକ୍କା ଦେଇଥିଲା । ଏହି ଘଟଣାକୁ କେନ୍ଦ୍ରକରି ଉତ୍ୟକ୍ତ ଲୋକେ ଓ ଯୁବତୀ ଡ୍ରାଇଭରକୁ ଆଣ୍ଠେଇ ମାଡ ମାରିଛନ୍ତି । ପୋଲିସ ଏହି ଅଟୋ ଡ୍ରାଇଭରକୁ ଉଦ୍ଧାର କରିଛି ।