ଖଣ୍ଡଗିରି ଯାତ୍ରାରେ ପୁଣି ଶକ୍ତି କପୁରଙ୍କ କମାଲ : ଡାଇଲଗ ଆଉ ଅଭିନୟକୁ ଦର୍ଶକଙ୍କ ତାରିଫ

23

କନକ ବ୍ୟୁରୋ : ଶକ୍ତି କପୁରଙ୍କ ଶକ୍ତି ପ୍ରଦର୍ଶନ । ଖଣ୍ଡଗିରି ଯାତ୍ରାରେ ପୁଣି ଆକର୍ଷଣ ପାଲଟିଲେ ବଲିଉଡ୍ ଅଭିନେତା ଶକ୍ତି କପୁର ।  ଅପେରା ଇଷ୍ଟର୍ଣ୍ଣ ରେଡର ନାଟକ ସୁନାର ପଂଜୁରୀ ମାଟିର ଶାରୀରେ ଅତିଥି କଳାକାର ଭାବେ ଅଭିନୟ କରିଛନ୍ତି ଶକ୍ତି । ମନମତାଣିଆ ଅଭିନୟ ସହ ଭଳିକି ଭଳି ଡାଇଲଗ ପରିବେଷଣ କରି ଦର୍ଶକଙ୍କ ଭରପୂର ମନୋରଂଜନ କରିଥିଲେ ବଲିଉଡର ଏହି ଭେଟେରାନ୍ ଅଭିନେତା ।

ହିନ୍ଦୀ ଫିଲ୍ମରେ ଦେଖିଥିବା ଏହି କଳାକାରଙ୍କୁ ଆଖି ସାମନାରେ ଦେଖିବା ସହ ତାଙ୍କ ମୁହଁରୁ ଯାତ୍ରା ଡାଏଲଗ୍ ଶୁଣି ବେଶ୍ ରୋମାଂଚିତ ହୋଇଥିଲେ ଦର୍ଶକ । ଶକ୍ତିଙ୍କ ସହ ଅଭିନୟ କରିଥିବା କଳାକାରମାନେ ବି ତାଙ୍କ ଠାରୁ ବେଶ୍ କଛି ଶିଖୁଥିବା କହିଛନ୍ତି । ଆଉ ଓଡିଶାର ଦର୍ଶକଙ୍କ ଠାରୁ ପ୍ରଚୁର ଭଲପାଇବା ମିଳିଥିବା କହିଛନ୍ତି ଶକ୍ତି କପୁର ।

Gjû ij ù\L«ê Gjò bòWòI –