ଖଣ୍ଡଗିରି ଯାତ୍ରା ମୈଦାନରେ ଶକ୍ତି କପୁରଙ୍କ ରୋମାଂଟିକ ଡ୍ୟାନ୍ସ ଆଉ ବିହାରୀ ଡାଇଲଗରେ ଦୁଲୁୁକିଲା ମଂଚ

90

କନକ ବ୍ୟୁରୋ : ଖଣ୍ଡଗିରି ଯାତ୍ରା ମୈଦାନରେ ନଟି ବୟ ବନାମ ବ୍ୟାଡ ଗାର୍ଲ । ନଟିବୟ ଶକ୍ତି କାପୁରଙ୍କ ରୋମାଂଟିକ ଡ୍ୟାନ୍ସ ଆଉ ବିହାରୀ ଡାଇଲଗରେ କଂପୁଛି ଖଣ୍ଡଗିରି ମେଳା । ଖଣ୍ଡଗିରି ଯାତ୍ରାରେ ରାଜ କରିଚାଲିଛନ୍ତି ବଲିଉଡର ଭେଟେରାନ୍ ଆକ୍ଟର ଶକ୍ତିକାପୁର । ବଲିଓଡର ସେକ୍ସି କୁଇନ ରାକ୍ଷୀ ସାଓନ୍ତଙ୍କ ଜଲୱା ପରେ ଇଷ୍ଟର୍ଣ୍ଣ ଅପେରାରେ ଶକ୍ତି କପୁରଙ୍କ ଦମଦାର ଆକ୍ଟିଂ ସହ ବ୍ରେକ ଡ୍ୟାନ୍ସରେ ଦର୍ଶକ ହୋଇଛନ୍ତି ମତୁଆଲା ।

ନାଟକ ସୁନାର ପଂଜୁରୀ ମାଟିର ଶାରୀରେ ବିହାରୀ ଡାଇଲଗ ମାରିଛନ୍ତି ଶକ୍ତି କାପୁର । ଏହା ସାଙ୍ଗକୁ ଯାତ୍ରା ପାର୍ଟିର ରେନ ଡ୍ୟାନ୍ସ ଓ ଆଇଟମ ଡ୍ୟାନ୍ସରେ ଦୁଲୁୁକୁଛି ରଙ୍ଗମଂଚ । ସେହିପରି ଇଷ୍ଟର୍ଣ୍ଣ ରେଡର ଅନ୍ୟ କଳାକାରଙ୍କ ଅଭିନୟ ଯାଦୁରେ ଦର୍ଶକ ବାନ୍ଧି ହୋଇଛନ୍ତି । ଶକ୍ତିଙ୍କ ସହ ଅଭିନୟ କରିଥିବା କଳାକାରମାନେ ବି ତାଙ୍କ ଠାରୁ ବେଶ୍ କଛି ଶିଖୁଥିବା କହିଛନ୍ତି ।

ଅନ୍ୟପଟେ ଯାତ୍ରା ସଚ୍ଚିଦାନନ୍ଦମର ନାଟକ ବଦମାସ ମିନକେତନରେ ମଧ୍ୟ ହାଉସଫୁଲ ହୋଇଛି । ସେହିପରି ଅନ୍ୟ ଯାତ୍ରା ପାର୍ଟିଙ୍କ ଦମଦାର ମେଲୋଡି ଓ ମନଛୁଅାଁ କାହାଣୀ ମଧ୍ୟ ଦର୍ଶକଙ୍କୁ ବାନ୍ଧି ରଖିବାରେ ସକ୍ଷମ ହୋଇପାରିଛ ।

ଏହାସହ ଦେଖନ୍ତୁ ଏହି ଭିଡିଓ –