ବିଜୟ ମହପାତ୍ରଙ୍କ ଆଭିମୁଖ୍ୟକୁ ନେଇ ବୟାନ ରଖିଲେ ବିଜେପି ମୁଖପାତ୍ର । କହିଲେ, ସେ କୁଆଡକୁ ଢଳୁଛନ୍ତି ସେ ଜାଣିଥିବେ

37

କନକ ବ୍ୟୁରୋ : ବିଜେପି ଓ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଚାଲିଥିବାବେଳେ ଆଜି ଦଳର ମୁଖପାତ୍ର ସଜ୍ଜନ ଶର୍ମା କଡା ପ୍ରତିକ୍ରିୟା ରଖିଛନ୍ତି । ସଜ୍ଜନ କହିଛନ୍ତି, ବିଜୟ କୁଆଡେ ଢଳିବେ ସେ ଜାଣିଥିବେ । ବିଜେପି କାହା ଉପରେ ନିର୍ଭର କରେ ନାହିଁ ବୋଲି ରୋକଠୋକ ଶୁଣାଇଦେଇଛନ୍ତି ବିଜେପି ମୁଖପାତ୍ର ।

ଗତକାଲି ପାରାଦ୍ୱୀପରେ ଦାମ ରାଉତଙ୍କ ଜନ୍ମଦିନ ପାଳନରେ ସାମିଲ ହୋଇ ବିଜୟ ଓ ମନ୍ତ୍ରୀ ଦାମ ରାଉତ କୋଳାକୋଳି ହେଉଥିବା ଦୃଶ୍ୟ ପ୍ରକାଶ ପାଇଥିଲା । ବିଜୟ ଦାମଙ୍କୁ ପ୍ରଂଶସା କରି କହିଥିଲେ, ଦାମଙ୍କ ବିନା ଓଡିଶା ରାଜନୀତିର ଇତିହାସ ଲେଖାଯାଇପାରିବନାହିଁ । ଏହାକୁ ନେଇ ସାମ୍ବାଦିକମାନେ ବିଜେପି ମୁଖପାତ୍ରଙ୍କୁ ପ୍ରଶ୍ନ କରିବା ପରେ ଏଭଳି କଡା ଜବାବ ଦେଇଥିଲେ ସଜ୍ଜନ ଶର୍ମା ।