ମିଠୁ ବିବାଦରେ ଫସିଥିବା ସାଜିଦ୍ ଖାନଙ୍କୁ ଲାଗିଲା ଝଟକା : ୧ବର୍ଷ ପାଇଁ IFTDAରୁ ହେଲେ ନିଲମ୍ବନ
‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ ‘ହାଉସଫୁଲ୍-୪’ରୁ ବିଦା ହେବାକୁ ପଡ଼ିଥିଲା।
ମି ଠୁ’ ବିବାଦରେ ଫସିଥିବା ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ ଇଣ୍ଡିଆନ୍ ଫିଲ୍ମ ଆଣ୍ଡ ଟେଲିଭିଜନ୍ ଡିରେକ୍ଟରସ୍ ଆସୋସିଏସନ୍ ( ଆଇଏଫଟିଡିଏ )ଏକ ବର୍ଷ ଲାଗି ନିଲମ୍ବନ କରିଥିବା ଜଣାଯାଇଛି। ଅଭିନେତ୍ରୀ ରାଚେଲ୍ ହ୍ଵାଇଟ୍, ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା ଏବଂ ସାମ୍ବାଦିକା କରିସ୍ମା ଉପାଧ୍ୟାୟ ସାଜିଦ୍ ଖାନଙ୍କ ବିରୋଧରେ ଅସଦାଚରଣର ଅଭିଯୋଗ ଆଣିବାପରେ ଏଭଳି ପଦକ୍ଷେପ ଗ୍ରହଣ କରିଛି ‘ଆଇଏଫଟିଡିଏ’ । ସଂଘ ପକ୍ଷରୁ କୁହାଯାଇଛି ଯେ ସାଜିଦଙ୍କୁ ତାଙ୍କ ପକ୍ଷ ରଖିବାଲାଗି କୁହାଯାଇଥିଲା ହେଲେ ସେ କୌଣସି ଜବାବ୍ ଦେଇ ନଥିଲେ ।‘ମି ଠୁ’ ଅଭିଯାନ ସକ୍ରିୟ ହେବା ପରେ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ ‘ହାଉସଫୁଲ୍-୪’ରୁ ବିଦା ହେବାକୁ ପଡ଼ିଥିଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଆଗରୁ ନିର୍ଦ୍ଦେଶକ ସାଜିଦ୍ ଖାନଙ୍କୁ ଦ ଫେଡେରସନ୍ ଅଫ୍ ୱେଷ୍ଟର୍ଣ୍ଣ ଇଣ୍ଡିଆ ସିନେ ଏଂପଲଇଜ୍ (ଏଫଡବ୍ଲୁ ଆଇସିଆଇ)କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା। ଆଲୋକନାଥ ଓ ସାଜିଦ୍ ଖାନଙ୍କ ଉପରେ ଶୋଷଣର ଅଭିଯୋଗ ରହିଛି। ‘ଏଫଡବ୍ଲୁଆଇସିଆଇ’ ପକ୍ଷରୁ କୁହାଯାଇଛି ଯେ, ଭାରତୀୟ ଫିଲ୍ମ ଏବଂ ଟେଲିଭିଜନ୍ ନିର୍ଦ୍ଦେଶିତ ସଂଘ (ଆଇଏଫଟିଡିଏ)କୁ ଆଲୋକନାଥ ଯେଉଁ ଉତ୍ତର ଦେଇଛନ୍ତି,ତାହା ସନ୍ତୋଷଜନକ ନୁହେଁ,ଆଇ ଏଫଟିଡିଏ ପକ୍ଷରୁ ଯୌନ ଶୋଷଣ ମାମଲାରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ଆଇଏଫଟିଡିଏର ସଦସ୍ୟ ‘ଏଫଡବ୍ଲୁ ଆଇସିଆଇ’ର ବରିଷ୍ଠ ଅଧିକାରୀ ମାନଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।