ଚର୍ଚ୍ଚାରେ ପାରଳା ରାଜାଙ୍କ ଭାଇବୋହୂ : ସଂପତି ଲୋଭରେ ଏଭଳି ଷଡଯନ୍ତ୍ର କରାଯାଇଥିବା ନେଇ ସନ୍ଦେହ

59

ପାରଳାଖେମୁଣ୍ଡି : ପାରଳା ରାଜାଙ୍କ ମ୍ୟାନେଜର ଅନଙ୍ଗ ମଞ୍ଜରୀ ଓ ଅନ୍ୟ ୨ଜଣଙ୍କ ଆତ୍ମହତ୍ୟା ଘଟଣା ଧୀରେ ଧୀରେ ରହସ୍ୟ ଆଡକୁ ଗତି କରୁଛି । ପ୍ରକୃତରେ କଣ ରାଜା ନଜର ବନ୍ଦି ଥିବା ନେଇ ଖବର ପ୍ରଚାର କରିବା ପଛରେ ଷଡଯନ୍ତ୍ର ଥିଲା କି? ତେବେ ଏହା ଭିତରେ ଏବେ ଆଉ ଏକ ଭିତିରି କଥା ସାମ୍ନାକୁ ଆସିଛି । ରାଜାଙ୍କ ସଂପତି ଲୋଭରେ ଏଭଳି ଷଡଯନ୍ତ୍ର କରାଯାଇଥିବା ଚର୍ଚ୍ଚା ହେଉଛି । କାରଣ ରାଜା ନଜରବନ୍ଦୀ ଥିବା ନେଇ ଖବର ପ୍ରସାରଣ ହେବା ପୂର୍ବରୁ କେତେକ ଗଣମାଧ୍ୟମ ପ୍ରତିନିଧିଙ୍କୁ ପାରଳା ରାଜାଙ୍କ ଭାଇବୋହୂ ଭେଟିଥିବାର ଚର୍ଚ୍ଚା ହେଉଛି । ତେବେ ଏହା ପଛରେ ଜାଣିଶୁଣି ରାଜା ନଜରବନ୍ଦି ଥିବାର ଖବର ପ୍ରସାରଣ କରାଯାଇଥିଲା ବୋଲି ଅଭିଯୋଗ ହେଉଛି।