ଆପଣ ଜାଣନ୍ତି ,ସୈଫ୍ ଅଲ୍ଲୀ ଖାନଙ୍କ ପ୍ରଥମ ବିବାହ କାହିଁକି ହୋଇଥିଲା ଅସଫଳ !

19

କନକ ବ୍ୟୁରୋ : ବଲିଉଡ଼୍‍ ଅଭିନେତ୍ରୀ କରୀନା କପୁର୍‌ ଖାନ୍‌ ୨୦୧୨ ମସିହାରେ ବଲିଉଡର ନବାବ୍‌ ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ପ୍ରେମ ବିବାହ କରିଥିଲା ବେଳେ, କରୀନାଙ୍କ ପୂର୍ବରୁ ସୈଫ୍‌ଙ୍କ ଦିଲ୍‌ ଅନ୍ୟ ଜଣ28-1503919271-saif-rosaଙ୍କ ଠାରେ ଅଟକି ରହିଥିଲା। ସେ ହେଉଛନ୍ତି ଇଟାଲୀର ବାସିନ୍ଦା ରୋଜା କୈଟଲାନୋ, ଯିଏକି ବୃତ୍ତିରେ ଜଣେ ମଡ଼େଲ ଥିଲେ। ତେବେ ସେତେବେଳେ ଏହା ମଧ୍ୟ କୁହାଯାଉଥିଲା କି ରୋଜାଙ୍କ କାରଣରୁ ସୈଫ୍‌ଙ୍କର ପ୍ରଥମ ବିବାହଟି ଅସଫଳ ହୋଇଥିଲା । ଏଥିସହିତ ଏହା ମଧ୍ୟ ଶୁଣାଯାଉଥିଲା କି ସୈଫ୍‌ ଓ ରୋଜାଙ୍କ ମଧ୍ୟରେ ଦୁଇ ବର୍ଷର ପ୍ରେମସଂପର୍କ ରହିବା ସହିତ ଏମାନେ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ।

ଆପଣଙ୍କ ସୂଚନା ପାଇଁ ଜଣାଉଛୁ କି ଅକ୍ଟୋବର୍‌ ୧୯୯୧ରେ ସୈଫ୍‌ ଅଲ୍ଲୀ ଖାନ୍‌ ତାଙ୍କଠାରୁ ବୟସରେ ଯଥେଷ୍ଟ ବଡ଼ ତଥା ସିନିୟର୍‌ ଅଭିନେତ୍ରୀ ଅମୃତା ସିଂହଙ୍କ ସହିତ ପ୍ରେମ ବିବାହ କରିଥିଲେ । ସେତେବେଳେ ସୈଫ୍‌ଙ୍କର ବୟସ ଥିଲା ମାତ୍ର ୨୧ ବର୍ଷ । ଯେଉଁ ସମୟରେ କି ତାଙ୍କର କ୍ୟାରିୟର୍‌ ଆରମ୍ଭ ବି ହୋଇ ନ ଥିଲା। ଏହି କାରଣରୁ ସୈଫ୍‌ଙ୍କ ଘରଲୋକ ଏହି ବାହାଘରକୁ ଘୋର ବିରୋଧ କରୁଥିଲେ ।