ହ୍ରିତିକ ରୋଶନଙ୍କ ସିନେମାରେ ନାୟିକା ହେବେ ସାରା !

44

ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହେବାକୁ ଥିବା ଆଗାମୀ ସିନେମାରେ ଡବଲ ରୋଲରେ ନଜର ଆସିବେ ହ୍ରିତିକ ରୋଶନ । ଖାଲି ଏତିକି ନୁହେଁ ଏଥିରେ ହ୍ରିତିକଙ୍କ ଅପୋଜିଟରେ ନଜର ଆସିବେ ସୈଫ ଅଲ୍ଲୀ ଖାନଙ୍କ ଝିଅ ସାରା ।

ମିଳିଥିବା ସୂଚନାନୁସାରେ, କରଣ ମଲହୋତ୍ରାଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହେବାକୁ ଥିବା ଏକ କମେଡି ସିନେମାରେ ସାରା ଅଲ୍ଲୀ ଖାନ ଲିଡ ରୋଲରେ ନଜର ଆସିବେ । ଯଦିଓ ସିନେମାଟିର ନାଁ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ତେବେ ଏହି ସିନେମାଟିର ସୁଟିଂ ମାର୍ଚ୍ଚ ମାସରେ ଆରମ୍ଭ ହେବା ନେଇ ସୂଚନା ରହିଛି ।