ସୈଫଙ୍କ ସିନେମା ‘କାଲାକାଣ୍ଡି’ ଉପରେ ସେନ୍ସରର କଳାଛାଇ ! ଫିଲ୍ମରୁ କଟିଲା ୭୩ଟି ବିବାଦୀୟ ସିନ୍

30

ସୈଫ୍ ଅଲ୍ଲୀ ଖାନଙ୍କ ସିନେମାର ଲାଗିଛି ସେନ୍ସର କଇଁଚି । ଛୋଟେ ନବାବଙ୍କ ଆଗାମୀ ସିନେମା ‘କାଲାକାଣ୍ଡି’ରେ ପ୍ରାୟ ୭୩ଟି କଟ୍ କରିଛି ସେନ୍ସର ବୋର୍ଡ । ଫଳରେ ତେଣୁ ବିଳମ୍ବ ହୋଇପାରେ ରିଲିଜ୍ ।

ସୂଚନା ଅନୁସାରେ, ସିବିଏଫସି ‘କାଲାକାଣ୍ଡି’ ଡାଇରେକ୍ଟରଙ୍କୁ ସିନେମାରୁ ୭୩ଟି ବିବାଦୀୟ ସିନ୍ ବାଦ ଦେବାକୁ ନିର୍ଦ୍ଦେଶ ଦେଇଛି । ଯେଉଁଥିପାଇଁ ଏବେ ଏହି ସବୁ ସିନ୍ ପାଇଁ ପୁଣି ଥରେ ଚାଲିଛି ସୁଟିଂ । ଫଳରେ ନିର୍ଦ୍ଧାରିତ ତାରିଖରେ ସିନେମାଟି ରିଲିଜ୍ ହୋଇପାରିବନି । ତେବେ ନୂଆ ତାରିଖ ଏଯାଏଁ ଘୋଷଣା ହୋଇନାହିଁ ।

ଅକ୍ଷତ୍ ବର୍ମାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ସିନେମା ‘କାଲାକାଣ୍ଡି’ ଏକ ରାତିର କାହାଣୀ ଉପରେ ଆଧାରିତ । ଯେଉଁଥିରେ ଅଲଗା ଅଲଗା ଲୋକଙ୍କ ଜୀବନ ପରସ୍ପର ସହ ଜଡିତ । ସୈଫଙ୍କ ବ୍ୟତୀତ ଅନ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି ଦୀପକ ଡୋବରିୟାଲ୍, ବିଜୟ ରାଜ୍ , କୁନାଲ୍ ରୟ କପୁର୍, ଅକ୍ଷୟ ଓବରୟ, ଏବଂ ଇଶା ତଲୱାର୍ ।