ସୋସିଆଲ୍ ମିଡିଆରେ ଭାଇରାଲ୍ ହେଲା ଅଭିନେତାଙ୍କ ନାଗାସାଧୁ ବେଶ! କହିଲେ ଦେଖି ଅଭିନେତା ଜଣକ କିଏ ?

54

ୱେବ୍ ସିରିଜ୍ ସିକ୍ରେଟ୍ ଗେମ୍ସରେ ଅଭିନେତା ସେଫ୍ ଅଲ୍ଲି ଖାନଙ୍କ କାମ କରିବା ଅନ୍ଦାଜକୁ ଦର୍ଶକ ଖୁବ୍ ପସନ୍ଦ କରୁଛନ୍ତି । ଏହି ଚରିତ୍ର ପାଇଁ ସୈଫ୍ ନିଜର ଲୁକ୍ ପରିବର୍ତ୍ତନ କରିଛନ୍ତି । ସେ ସରଦାର୍ ଚରିତ୍ରରେ ନଜର ଆସିଛନ୍ତି । ତେବେ ସୈଫ୍ ଏହି ରୋଲ୍ ପାଇଁ ଦାଢି ରଖିବା ସହ ଓଜନ ମଧ୍ୟ ବଢାଇଛନ୍ତି । ତେବେ ଏହା ପରେ ସେ ନିଜ ଆଗାମୀ ଫିଲ୍କ ‘ହଣ୍ଟର’ ପାଇଁ ପ୍ରସ୍ତୁତି କରିବା ଆରମ୍ଭ କରିଦେଇଛନ୍ତି ।

ତେବେ ବର୍ତ୍ତମାନ ହଣ୍ଟରର ଏକ ସୁଟିଂ ସେଟରୁ ତାଙ୍କର ଏକ ଫଟୋ ଭାଇରାଲ୍ ହୋଇଛି ଯେଉଁଥିରେ ସେ ନାଗାସାଧୁ ବେଶରେ ନଜର ଆସିଛନ୍ତି । ମୁଣ୍ଡରେ ଜଟ ସାଙ୍ଗକୁ ସ୍କାର୍ଫ,ନାଲି ସାର୍ଟ ଏବଂ ଧଳା ଧୋତି ସାଙ୍ଗକୁ ଲମ୍ବା ଦାଢି ରଖି ସେ ଦର୍ଶକଙ୍କୁ ସରପ୍ରାଇଜ୍ କରିଛନ୍ତି । ଏହି ସିନେମାରେ ଆର୍.ରାଧବନ୍ ଏବଂ ସୋନାକ୍ଷୀ ସିହ୍ନା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସୁଛନ୍ତି ।