ଆକାଶରେ ଅଦ୍ଭୁତ ଦୃଶ୍ୟ, ଚନ୍ଦ୍ରରେ ସାଇବାବା ! ଦେଶର ବିଭିନ୍ନ ପ୍ରାନ୍ତରେ ଜହ୍ନରେ ସାଇବାବାଙ୍କ ପ୍ରତିକୃତିକୁ ନେଇ ଚର୍ଚ୍ଚା,ସୋସିଆଲ ମିଡିଆରେ ଭାଇରାଲ, ପୂଜାର୍ଚ୍ଚନା କଲେ ଲୋକେ ।

16

କୃଷିପ୍ରଧାନ ଦେଶ ଭାରତରେ ଲୋକ ଗାଇକୁ ଯେଉଁଠି ଗୋମାତା ଏବଂ ବଟ,ଓସ୍ତ ଗଛକୁ ଭଗବାନ କହି ପୂଜାର୍ଚ୍ଚନା କରୁଛନ୍ତି ସେଠାରେ କିଛି ଭିନ୍ନ କିମ୍ବା ମନର ଭ୍ରାନ୍ତିକୁ ଲୋକ ଅଲୌକିକର ନାଁ ଦେଇଥାନ୍ତି । ତେବେ ଏଭଳି କଥା ଆପଣ ବିଭିନ୍ନ ସମୟରେ ଶୁଣିବାକୁ ପାଉଥିବେ । କେତେବେଳେ ରୁଟିରେ ଶ୍ରୀଜଗନ୍ନାଥ ତ ଆଉ କେତେବେଳେ ଆଳୁରେ ଶ୍ରୀ ଗଶେଷ । ଭିନ୍ନ ଭିନ୍ନ ସମୟରେ ଲୋକଙ୍କ ଆଧ୍ୟାତ୍ମିକତା ଏତେ ଗଭୀର ହୋଇଯାଏ ଯେ ଗୁଜବକୁ ଲୋକ ସତ ଭାବି ଏହାର ପୂଜାର୍ଚ୍ଚନା କରିଥାନ୍ତି । ତେବେ ଏଭଳି ଆଉ ଏକ ଖବର ଏବେ ଝଡ ପରି ଚାରିଆଡେ ବ୍ୟାପିବାରେ ଲାଗିଛି । ଯାହା ପ୍ରଥମେ ସୋସିଆଲ୍ ମିଡିଆରେ ଖୁବ୍ ଚର୍ଚ୍ଚିତ ହୋଇଥିଲା ।

ଆକାଶରେ ଅଦ୍ଭୁତ ଦୃଶ୍ୟ,ଚନ୍ଦ୍ରରେ ସାଇବାବା । ଏଭଳି କିଛି ଗୁଜବ ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଛି । ଗତ ୨ଦିନ ହେବ ଚନ୍ଦ୍ରରେ ସାଇବାବାଙ୍କ ମୁହଁର ଫଟୋ ଆସୁଥିବା ଗୁଜବ ବ୍ୟାପିବାରେ ଲାଗିଛି । ଏଥି ସହ ଫେସବୁକ ଏବଂ ହ୍ୱ୍ୱାଟସଆପ୍ ପରି ସୋସିଆଲ ମିଡିଆରେ ଚନ୍ଦ୍ରରେ ସାଇବାବାଙ୍କ ମୁହଁ ଆକୃତିର ଫଟୋ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହାକୁ ଦେଖି ପୁଜାର୍ଚ୍ଚନା କରୁଥିବା କଥା ମଧ୍ୟ ସାମନାକୁ ଆସିଛି । ପୂର୍ବରୁ ମଧ୍ୟ ସାଇବାବାଙ୍କୁ ନେଇ ଅନେକ ଗୁଜବ ଶୁଣିବାକୁ ମିଳିଥିଲା । ତେବେ ଏହା ଗୁଜବ ନା ଏଥିରେ କିଛି ସତ୍ୟତା ରହିଛି ଏନେଇ କିଛି ଖବର ମିଳିନାହିଁ ।

Comments are closed.