ଚାକିରୀ ଦେବା ନାଁରେ ଚୁନା ଲଗାଇଥିବା ଅଭିଯୁକ୍ତକୁ ଅପହରଣ! ମାମୁଁ ବନି ଉଦ୍ଧାର କଲା ପୁଲିସ୍

33

କନକ ବ୍ୟୁରୋ: ଉଦ୍ଧାର କଲା ପୁଲିସ ମାମୁଁ । କଥାଟା ଶୁଣିବାକୁ ଟିକିଏ ଅଡୁଆ ଲାଗୁଥିଲେ ବି ସତ । ଘଟଣା ଘଟିଛି ଭୁବନେଶ୍ୱରର ସହିଦନଗର ଅଂଚଳରେ । ଅଭିଯୋଗ ଅନୁଯାୟୀ, ଗୁରୁବାର ରାତି ୧୦ଟା ୧୫ରେ ପୁଲିସକୁ ଫୋନ ଆସିଥିଲା । ଜଣେ ବୟସ୍କ ବ୍ୟକ୍ତିଙ୍କ ପୁଅଙ୍କୁ ଅପହରଣ କରାଯାଇଛି । ଅପହରଣ ହୋଇଥିବା ଯୁବକ ଚାକିରୀ କରାଇ ଦେବା ନାଁରେ ଟଙ୍କା ହଜମ କରିଦେଇଥିବାରୁ ତାଙ୍କୁ କିଛି ଦୁର୍ବୃତ୍ତ ଅପହରଣ କରିନେଇଛନ୍ତି ।

ବିଳମ୍ବିତ ରାତିରେ ଜଣେ ପୁଲିସ ଅଫିସର ଅପହୃତ ହୋଇଥିବା ଯୁବକର ମାମୁଁ ବନିଥିଲେ । ଆଉ ଥାନାର କିଛି ଅଫିସର ମାମୁଁ ପୁଅ ଭାଇ ବନିଥିଲେ । ପାଖାପାଖି ୪ ଘଂଟାର ଲୁଚକାଳି ପରେ, ପୁଲିସ ଦୁର୍ବୁତ୍ତମାନଙ୍କୁ ଗିରଫ କରିଥିବା ବେଳେ, ଅପରହଣ ହୋଇଥିବା ବିଶ୍ୱରଂଜନ ଦାଲଙ୍କୁ ଉଦ୍ଧାର କରିଥିଲା ।

ଅନ୍ୟପଟେ, ବିଶ୍ୱରଞ୍ଜନ ପାଖାପାଖି ୫୧ ହଜାର ଟଙ୍କାର ଚୁନା ଲଗାଇଥିଲେ ବୋଲି ଅଭିଯୋଗ ହୋଇଛି । ତେବେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, ପିଲାଙ୍କ ଟଙ୍କା ଗଲା ଆଉ ଜେଲ୍ ବି ଗଲେ । ଅଭିଯୁକ୍ତ ସାଧୁ ସାଜି ପୁଲିସର ଭଣଜା ବନିଲା ।