ପୈତୃକ ଗାଁରେ ଜଳିଲା ସହିଦଙ୍କ ଜୁଇ : ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସହିଦ ଲକ୍ଷ୍ମୀକାନ୍ତଙ୍କ ଶେଷକୃତ୍ୟ ସମ୍ପନ୍ନ

46

କନକ ବ୍ୟୁରୋ : ପୈତୃକ ଗାଁରେ ପହଂଚିଛି ସହିଦଙ୍କ ମରଶରୀର । କନ୍ଧମାଳ ବାଲିଗୁଡାରେ ମାଓ ଆକ୍ରମଣରେ ସହିଦ ଏସଓଜି ଯବାନ ଲକ୍ଷ୍ମୀକାନ୍ତ ଜାନିଙ୍କ ମୃତଦେହ ତାଙ୍କ ନିଜ ଗାଁ କଳହାଣ୍ଡି ଜିଲ୍ଲାର ମାଲଗାଁରେ ପହଂଚିଥିଲା । ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।

ମୃତଦେହ ଗାଁଁରେ ପହଂଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଶହୀଦ ଲକ୍ଷ୍ମୀକାନ୍ତ ଜାନି ଜିନ୍ଦା ବାଦ, ଅମର ରହେ ଧ୍ୱନୀ ପ୍ରକମ୍ପିତ ହୋଉଥିଲେ ମଧ୍ୟ ସମସ୍ତଙ୍କ ଆଖିରେ ଲୁହ ଝରୁଥିଲା । ପରିବାରର ଗୋଟିଏ ପୁଅକୁ ହରାଇ କାନ୍ଦବୋବାଳିରେ ଫାଟି ପଡୁଥିଲା ଜନ୍ମମାଟି । ଶହିଦଙ୍କ ମର ଶରୀରକୁ ଶୋଭାଯାତ୍ରାରେ ଶ୍ମଶାନକୁ ନିଆଯାଇଥିଲା । ଏଥିରେ କଳାହାଣ୍ଡି ଏସପି ବିଜ୍ରେଶ କୁମାର ରାୟ ସମେତ ବହୁ ପୋଲିସ ଅଧିକାରୀ ଯୋଗ ଦେଇ ସହିଦଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ।

ଗାର୍ଡ ଅଫ ଅନର ଓ ତୋପ ସଲାମି ଦିଆଯିବା ପରେ ଲକ୍ଷ୍ମୀକାନ୍ତ ଜାନୀଙ୍କ ମରଶରୀରର ଅନ୍ତିମ ସଂସ୍କାର କରାଯାଇଛି । ରବିବାର ରାତିରେ କମ୍ବିଂ ସାରି ଫେରୁଥିବା ଏସଓଜି ଯବାନଙ୍କ ଗାଡି ଉପରକୁ ଅତର୍କିତ ଗୁଳିମାଡ କରିଥିଲେ ମାଓବାଦୀ । ଏଥିରେ ଲକ୍ଷ୍ମୀକାନ୍ତ ଜାନି ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ହୋଇଥିଲେ । କମ୍ବିଂ ସାରି ଯବାନମାନେ ଫେରୁଥିବା ବେଳେ ବାଲିଗୁଡା ଥାନା ଅନ୍ତର୍ଗତ କଂଜାଲୋଗୋ ଘାଟି ଉପରେ ଏହି ଆକ୍ରମଣ ହୋଇଥିଲା ।