ଭାବବିହୋଳ ଭିଡିଓ ପୋଷ୍ଟ କଲେ ସହିଦ ଯବାନଙ୍କ କୁନି ଝିଅ । ସହିଦ ମେଜର ଅକ୍ଷୟ ଗିରିଶଙ୍କ୍ ଝିଅ ବୁଝାଇଲେ ଆର୍ମିର ଅର୍ଥ କଣ

ଭାବବିହୋଳ ଭିଡିଓ ପୋଷ୍ଟ କଲେ ସହିଦ ଯବାନଙ୍କ ଝିଅ

335

କନକ ବ୍ୟୁରୋ : ଭାବବିହୋଳ ଭିଡିଓ ପୋଷ୍ଟ କଲେ ସହିଦ ଯବାନଙ୍କ ଝିଅ । ଦେଶ ପାଇଁ ଶତ୍ରୁଙ୍କ ସହ ଲଢେଇ କରି ସହିଦ ହୋଇଥିବା ମେଜର ଅକ୍ଷୟ ଗିରିଶଙ୍କ କୁନି ଝିଅ ନୈନା ବାପାଙ୍କୁ ମନେ ପକାଇ ଏକ ଭିଡିଓ ବନାଇଛନ୍ତି । ଯାହାକୁ ତାଙ୍କ ମା ଟୁଇଟରରେ ସେୟାର କରିଛନ୍ତି । ସବୁଠୁ ବଡ କଥା ହେଉଛି ଏହି ଭିଡିଓଟିକୁ ଅନେକ ଦର୍ଶକ ଦେଖିସାରିଥିବା ବେଳେ ୪ହଜାରରୁ ଅଧିକ ଥର ସେୟାର କରାଯାଇସାରିଛି । ତେବେ ଭିଡିଓରେ ନୈନା ତାଙ୍କ ବାପାଙ୍କୁ ମନେ ପକାଇ ପୁରୁଣା ଦିନର ସ୍ମୃତିକୁ ତାଜା କରୁଥିବା ଦେଖିବାକୁ ମିଳିଛି ।

କିଭଳି ଏହି କୁନି ଝିଅ ବାପା ଜୀବିତ ଥିବା ଅବସ୍ଥାରେ ତାଙ୍କ ସହ କଥା ହୁଏ, କଣ କଥା ହୁଏ, ବାପା ନିଜ ଗେହ୍ଲା ଝିଅକୁ କଣ କୁହନ୍ତି ସେସବୁ ନୈନା ଟିକନିଖ ଭାବେ ତାଙ୍କ ମାଙ୍କ ପାଖରେ କହୁଛନ୍ତି । ଆଉ ତାଙ୍କ ମା ଏହି ସବୁ କଥାକୁ ନିଜ ମୋବାଇଲରେ କଏଦ କରି ଭିଡିଓ ବନାଇଛନ୍ତି । ଏପରିକି କୁନି ଝିଅ ଜଣକ ଆର୍ମିର ଅର୍ଥ କଣ ବୋଲି ଭିଡିଓରେ ବୁଝାଉଥିବା ଶୁଣିବାକୁ ମିଳିଛି । ଆର୍ମି ଅର୍ଥ ଲୋକଙ୍କୁ ଭଲ ପାଇବା ,ଦେଶକୁ ଭଲପାଇବା, ଓ ଲୋକମାନଙ୍କ ମନରୁ ଭୟ ଦୂର କରିବା ବୋଲି କୁନି ଝିଅ ଜଣକ କହୁଛନ୍ତି । ଆର୍ମି ଅର୍ଥ ଜୟ ହିନ୍ଦ କହିବାକୁ ବୁଝାଏ ବୋଲି ସେ ଭିଡିଓରେ କହୁଥିବା ଶୁଣିବାକୁ ମିଳିଛି । ୨୦୧୬ ମସିହା ନଭେମ୍ବର ମାସରେ ମେଜର ଅକ୍ଷୟ ନଗରୋଟାରେ ସହିଦ ହୋଇଥିଲେ । ନୈନାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।