ବାପା ହେଲେ ସାହିଦ : ମୀରାଙ୍କ କୋଳରେ ଜନ୍ମ ହେଲା ଝିଅ

64

380552-shahid-mira-weddingସାହିଦ କପୁର ଫ୍ୟାନଙ୍କ ପାଇଁ ବଡ ଖୁସି ଖବର। ସାହିଦଙ୍କ ପତ୍ନୀ ମୀରା ଏକ ଝିଅକୁ ଜନ୍ମ ଦେଇଛନ୍ତି । ଖବର ଅନୁସାରେ ରାତି ୮ଟାରେ ମୀରା ନିଜର ଛୋଟ ପରୀକୁ ଜନ୍ମ ଦେଇଛନ୍ତି।

ମୀରାଙ୍କୁ କାଲି ମୁମ୍ବାଇର ହିନ୍ଦୁଜା ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ସାହିଦ ମୀରାଙ୍କ ପାଖରେ ଥିଲେ । ଦୁହିଁଙ୍କ ବିବାହ ଗତ ବର୍ଷ ଜୁଲାଇରେ ଦିଲ୍ଲୀରେ ହୋଇଥିଲା। ସାହିଦ-ମୀରାଙ୍କ ବିବାହରେ ଷ୍ଟାରଙ୍କ ଭିଡ ଜମିଥିଲା। ଅମିତାଭ ବଚ୍ଚନ , କଙ୍ଗନା , ଅନୁରାଗ କଶ୍ୟପ , ଅନିଲ କପୁର , ସୋନମ କପୁର ଓ ପ୍ରୀତି ଜିଂଟାଙ୍କ ଭଳି ନାମୀଦାମୀ କଳାକାର ମୁମ୍ବାଇରେ ସାହିଦଙ୍କ ରିସେପସନରେ ଯୋଗ ଦେଇଥିଲେ।