ଅମର ରହେ ନାରାରେ ଫାଟି ପଡୁଛି ଗାଁ ମାଟି : ଆଜି ଗାଁ ଗାଁରେ ପହଁଚିଛି ବୀର ଜବାନଙ୍କ ମରଶରୀର

44

କନକ ବ୍ୟୁରୋ : ଅମର ରହେ ନାରାରେ ଫାଟି ପଡୁଛି ଗାଁ ମାଟି । କାହା ଛାତି ଗର୍ବରେ ଫାଟି ପଡୁଛି ତାହା କାହା ଛାତି କୋହରେ ଫାଟି ପଡୁଛି । ମାଆର ସୁରକ୍ଷା ପାଇଁ ମାଟିର ପୁଅ ଜୀବନ ଦେଇଛି । ତେଣୁ ବୀରପୁଅକୁ ତୋପ ସଲାମୀ ଦିଆଯିବା ପରେ ଆଜି ଗାଁ ଗାଁରେ ପହଁଚିଛି ବୀର ଜବାନଙ୍କ ମରଶରୀର । ଜିଲ୍ଲା ହେଡକ୍ୱାଟରରେ ମୃତ ଜବାନଙ୍କୁ ଶେଷ ସମ୍ମାନ ଦିଆଯିବା ପରେ ଜନ୍ମମାଟି ଅଭିମୁଖେ ବାହାରିଥିଲା ସହିଦଙ୍କ ଶବ ଶୋଭାଯାତ୍ରା ।

ଗାଁ ଗାଁରେ ଜୁଇ । ଗାଁ ଗାଁରେ ଜଳୁଛି ସ୍ୱପ୍ନ । କିଏ ଝୁରୁଛି ନିଜ ଖାକି ପିନ୍ଧା ବାପାକୁ ତ କିଏ ଝୁରୁଛି ନିଜ ଟାଣୁଆ ପୁଅକୁ । ଲୁହ ଓ କୋହରେ ଭିଜି ଯାଉଛି ସହିଦର ପରିବାର । ଆଉ ମଶାଣୀର ନିଆଁ ପାଖରେ ଛିଡା ହୋଇ କିଏ ଝୁରୁଛି ନିଜ ପିଲାବେଳର ସାଥୀକୁ । ସତେ ଯେମିତି କାହାର ଇଚ୍ଛା ନାହିଁ ବୀରପୁଅକୁ ବିଦାୟ ଦେବାକୁ ।
ସହିଦ୍ ପାଲଟି ଯିବେ ସ୍ମୃତି । ହେଲେ ଯୁଗ ଯୁଗ ଧରି ମନେ ରହିଥିବ ତାଙ୍କ ବୀର ପଣିଆ ।