ଖାଦ୍ୟ ପାଲଟିଛି ମାଟି ! ୮୯ବର୍ଷ ହେଲା ମାଟି ଖାଇ ବଂଚୁଛନ୍ତି ଏହି ବ୍ୟକ୍ତି

45

ସାହେବଗଂଜ : ଯେଉଁଠି ଗତବର୍ଷ ବାରମ୍ବାର ଖାଦ୍ୟାଭାବ ଯୋଗୁଁ ହୋଇଥିବା ମୃତ୍ୟୁକୁ ନେଇ ରାଜନୀତି ସରଗରମ୍ ହୋଇଥିଲା , ସେହି ଝାଡଖଣ୍ଡରେ ଶୁକ୍ରବାର ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣଙ୍କ ହୃଦୟ ତରଳିଯିବ । ଏ ରାଜ୍ୟରେ ଗରିବାବସ୍ଥା ବୃଦ୍ଧି ସମସ୍ୟାପୂର୍ଣ୍ଣ ମାମଲା ପାଲଟିଛି । ଯେଉଁଠି ଜଣେ ୧୦୦ ବର୍ଷିୟ ବୃଦ୍ଧ ଗରିବୀ ଅବସ୍ଥା ଯୋଗୁଁ ମାଟି ଖାଇ ବଂଚିବାକୁ ଚେଷ୍ଟା କରିଛନ୍ତି । ଆଉ ସୁସ୍ଥ ମଧ୍ୟ ଅଛନ୍ତି ।

ଏକଥା ବିଶ୍ୱାସ ନହେଲେ ବି ସତ । ସେ ମାଟି ଖାଇବାରେ ଏମିତି ଅଭ୍ୟସ୍ତ ହୋଇଯାଇଛନ୍ତି ଯେ, ଏହାକୁ ନଖାଇଲେ ସେ ରହିପାରିବେ ନାହିଁ । ଝାଡଖଣ୍ଡର ସାହେବଗଂଜ ନିବାସୀ ୧୦୦ ବର୍ଷିୟ କାରୁ ପାଶ୍ୱାନଙ୍କୁ ଲୋକେ ମାଟି ଖାଉଥିବାର ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ ମାଟି ଖାଇବାର କାରଣ ପଚାରିଥିଲେ । ନ୍ୟୁଜ୍ ଏଜେନ୍ସି ଏଏନଆଇକୁ ବୃଦ୍ଧ ଜଣକ କହିଛନ୍ତି , ଯେତେବେଳେ ଅତ୍ୟନ୍ତ ଗରିବ ଅବସ୍ଥା ଯୋଗୁଁ ପେଟ ଭରିବା ପାଇଁ ଭୋଜନ ମିଳନଥିଲା ତ ସେ ମାଟି ଖାଇ ଭୋକ ମେଂଟାଇବାକୁ ଚେଷ୍ଟା କରିଥିଲେ । ୧୧ ବର୍ଷ ବୟସରେ କାରୁ ମାଟି ଖାଇବା ଆରମ୍ଭ କରିଥିଲେ । ଯାହାକି ପରେ ଦୈନିକ ଆହାର ପାଲଟିଯାଇଛି ।

ଏମିତିକି କାରୁ ଏବେ ଯେଉଁଠି ବସୁଛନ୍ତି ସେଠାରେ ତାଙ୍କ ପାଖରେ ପାଣିର ପାତ୍ର ଓ ମାଟି ରଖାଯାଇଥାଏ । ଯେବେ ବି ଆବଶ୍ୟକ ଥାଏ କାରୁ ଏହାକୁ ଖାଇଥାନ୍ତି । ଏଭଳି ଖବର ନିଶ୍ଚୟ ଚକିତ କରିବ ସମସ୍ତଙ୍କୁ । କିନ୍ତୁ ଆଉ ଗୋଟିଏ ପ୍ରଶ୍ନ ସୃଷ୍ଟି କରିବ ଯେ , ଖାଦ୍ୟ ଭାବ ଏତେ ଦାରୁଣ ହୋଇପାରେ । ଆଉ ମଣିଷକୁ ଅଖାଦ୍ୟ ବି ଖାଇବାକୁ ବାଧ୍ୟକରେ ।

( ସୌଜନ୍ୟ – ଜାଗରଣ )