କିଙ୍ଗଖାନଙ୍କ ମୁହଁରେ ନମୋ ନମୋ । ପ୍ରଧାନମନ୍ତ୍ରୀ ମୋଦିଙ୍କ ଭାଷଣରେ ଅନୁପ୍ରାଣିତ ହେଲେ ଶାହରୁଖ 

38

ୱାର୍ଲଡ ଇକୋନମିକ ଫୋରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଉଦବୋଧନକୁ ନେଇ ପ୍ରଂଶସାର ସୁଅ ଝୁଟିଛି । ଡାଭୋସରେ ଅନୁଷ୍ଠିତ ହୋଇଥିବା ଅନ୍ତରାଷ୍ଟ୍ରୀୟ ସମୁଦାୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ମୋଦି ଭାରତର ଅର୍ଥନୈତିକକୁ ନେଇ ଏଭଳି ଉଦବୋଧନ ଦେଲେ ଯେ ଏହା ଶୁଣି  ଲୋକମାନେ ପ୍ରଶଂସା ନ କରି ରହିପାରୁନାହାନ୍ତି । ଆଉ ବାଦ ପଡିନାହାନ୍ତି ବଲିଉଡର ପ୍ରତିଷ୍ଠିତ ଅଭିନେତା ବାଦଶାହ ଶାହାରୁଖ ଖାନ ।

ଶାହରୁଖ କହିଛନ୍ତି, ଡାଭୋସରେ ପ୍ରଧାନମନ୍ତ୍ରୀ ଦେଇଥିବା ଭାଷଣରେ ମୁଁ ଅନୁପ୍ରାଣିତ ।  ‘ମୁଁ ଏଠାରେ ଆମ ଲୋକମାନଙ୍କ ଟଙ୍କା ବଂଚାଇବା ପାଇଁ ଆସିଛି । ଗ୍ଲୋବାଲାଇଜେସନର ଚମକ ଧୀରେ ଧୀରେ ଚାଲିଯାଉଛି କିନ୍ତୁ ଏହାକୁ ରଖିବା ପାଇଁ ଭାରତ ହିଁ ଏକ ମାତ୍ରା ସ୍ଥାନ ଯେଉଁଠି କି ଗ୍ଲୋବାଲାଇଜସନର ଚମକକୁ ରଖିପାରିବ’ । ଭାରତ ବହୁତ କିଛି କରି ପାରିବ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏଭଳି ଭାଷଣ ଶୁଣି ଶାହରୁଖ ତାରିଫ ନ କରି ରହିପାରି ନାହାନ୍ତି ।  ଏହା ଆମ ପାଇଁ ଗୌରବର କଥା । ୨୦ ବର୍ଷ ପରେ କୌଣସି ପ୍ରଧାନମନ୍ତ୍ରୀ ସେଠାରେ ପହଂଚିଛନ୍ତି । ପ୍ରଧାନମନ୍ତ୍ରୀ ଏଭଳି ଭାଷଣ ଦେବା ଆମ ପାଇଁ ଗର୍ବର କଥା ବୋଲି କହିଛନ୍ତି କିଙ୍ଗଖାନ ।

ଏହା ବ୍ୟତୀତ ଅନ୍ତରାଷ୍ଟ୍ରିୟ ସମୁହକୁ ମଧ୍ୟ ତାରିଫ କରିଛନ୍ତି । ‘ଉଦାହରଣ ସରୂପ ମୁଁ ନିଜେ, ମୁଁ କେମିତି ମୁମ୍ବାଇ ଆସି ମୋ ସପ୍ନ ପୂରଣ କରିଛି । ପୂର୍ବରୁ ବି କହିଛି, ମୋର ଦୁଇ ମାଆ । ପ୍ରଥମ ଯିଏ ମୋତେ ଜନ୍ମ ଦେଲା ଏବଂ ଦ୍ୱିତୀୟ ମା’ ହେଉଛି ମହାରାଷ୍ଟ୍ର ଯିଏ ମୋତେ ଆଗକୁ ବଢିବା ପାଇଁ ହାତ ବଢାଇଲା । ‘ନ୍ୟୁ ଇଣ୍ଡିଆ, ୟଙ୍ଗ ଇଣ୍ଡିଆ’ ଡିଜିଟାଲ ପରିବେଶ  ସୃଷ୍ଟି କରିବ ବୋଲି କହିଛନ୍ତି ବଲିଉଡର କିଙ୍ଗଖାନ । ଡାଭୋସର କ୍ରିଷ୍ଟଲ ଆୱାର୍ଡରେ ସମ୍ମାନୀତ ମଧ୍ୟ ହୋଇଛନ୍ତି ଶାହରୁଖ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତରାଷ୍ଟ୍ରୀୟ ବାଣିଜ୍ୟ ପରିଷଦର ଏକ କାର୍ଯ୍ୟକ୍ରମରେ ବିଶ୍ୱର ଦାମୀ କମ୍ପାନୀଙ୍କ ସିଇଓମାନଙ୍କ ସହ ସାକ୍ଷାତ କରିଥିଲେ । ଭାରତର ବାଣିଜ୍ୟ ସହ ପୁଂଜିନିବେଶ ନେଇ ସମସ୍ତଙ୍କ ସମ୍ମୁଖରେ ଉଦବୋଧନ ଦେଇଥିଲେ । ଏହା ବ୍ୟତୀତ ସେ ୱାର୍ଲଡ ଇକୋନୋମିକ ଫୋରମ ବୈଠକରେ ମଧ୍ୟ ଉଦଘାଟନ ଭାଷଣ ଦେବା ଅବସରରେ ‘ବସୁନେ୍ଧ÷ବ କୁଟୁମ୍ବକମ’ର ମହତ ଉଦ୍ଦେଶ୍ୟ ବିଷୟରେ ଶୁଣାଇଥିଲେ ।