ସାହାରା ମୁଖ୍ୟଙ୍କୁ ସୁପ୍ରିମକୋର୍ଟଙ୍କ ତଲବ୍ ! ଫେବୃଆରୀ ୨୮ସୁଦ୍ଧା ହାଜର ହେବାକୁ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ ଅଦାଲତ୍ ।

393

କନକ ବ୍ୟୁରୋ : ସାହାରା ମୁଖ୍ୟଙ୍କୁ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶ  । ଫେବୃଆରୀ ୨୮ ତାରିଖ ସୁଦ୍ଧା ହାଜର ହେବା ପାଇଁ ସାହାରା ମୁଖ୍ୟ ସୁବ୍ରତ ରାୟଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ  । ବାରମ୍ବାର ସମୟ ଦେବା ପରେ ବି ସାହାରା କମ୍ପାନୀ ୨୫ ହଜାର କୋଟି ଟଙ୍କା ଦାଖଲ କରିପାରିନଥିବା କୋର୍ଟ କହିଛନ୍ତି  । 

ଇତିମଧ୍ୟରେ ୬ ମାସ ବିତିସାରିଛି ତେବେ ସାହାରା ସେବି ମାମଲାରେ କମ୍ପାନୀ ୨୫ହଜାର ୭ଶହ କୋଟି ଟଙ୍କା ଦାଖଲ୍ କରିବାରେ ବିଫଳ ହୋଇଛି  । ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସ୍ୱତନ୍ତ୍ର ଖଣ୍ଡପୀଠ ଫେବୃଆରୀ ୨୮ ତାରିଖ ସୁଦ୍ଧା ସୁବ୍ରତ ରାୟଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟଙ୍କ ରାୟ ପରେ ସୁବ୍ରତ ରାୟଙ୍କ ଅଡୁଆ ବଢ଼ିବା କୁହାଯାଉଛି  ।