ବିଗବସ-୧୧ରେ ଓଡ଼ିଆ ପୁଅ ସଗୁନ ! ପ୍ରଥମ ଓଡ଼ିଆ ପ୍ରତିଯୋଗୀ ଭାବେ ଦେଖାଇବେ ଦମ

45

କନକ ବ୍ୟୁରୋ : ରିୟଲିଟି ସୋ’ରେ ପୁଣିଥରେ କମାଲ ଦେଖାଇବେ ଓଡିଆ ପୂୁଅ । କଲର୍ସ ଚ୍ୟାନେଲର ଲୋକପ୍ରିୟ ରିୟଲିଟି ସୋ ବିଗବସରେ ଏଥର ଓଡିଆ ପୁଅ । ବିଗବସ ସିଜିନ-୧୧ ରେ ଓଡ଼ିଶାରୁ ପ୍ରଥମ ଥର ପାଇଁ ସବ୍ୟସାଚୀ ଶତପଥି ଓରଫ ସଗୁନ ପ୍ରତିଯୋଗୀ ଭାବେ ଭାଗନେବା ପାଇଁ ମନୋନୀତ ହୋଇଛନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଥିବା ବିଗବସର ୧୧ତମ ସଂସ୍କରଣରେ ସେ ପ୍ରତିଯୋଗୀ ହୋଇଛନ୍ତି । ଚଳିତ ବର୍ଷ ଏହି ସୋ’କୁ ସଲମାନ ଖାନ୍ ହୋଷ୍ଟ କରୁଛନ୍ତି ।

ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିବା ଅନ୍ୟ ସେଲିବ୍ରିଟିମାନଙ୍କର ପଡୋଶୀ ହେବା ପାଇଁ କେତେଜଣ ସାଧାରଣ ଲୋକଙ୍କୁ ଚୟନ କରାଯାଇଥାଏ । ତେବେ ସାଧାରଣ ଲୋକଙ୍କ ମଧ୍ୟରୁ ଏଥିରେ ଭାଗ ନେବାପାଇଁ ସବ୍ୟସାଚୀଙ୍କୁ ଚୟନ କରାଯାଇଥିବା ବେଳେ ସେ ଓଡିଶାରେ ମଧ୍ୟ ଜଣେ ସେଲିବ୍ରିଟି ଭାବେ ବେଶ ପରିଚିତ । ସେ ପେସାରେ ଜଣେ ଡିଜାଇନର ସହ କିଛି ଟିଭି କାର୍ଯ୍ୟକ୍ରମରେ ଉପସ୍ଥାପକ ଭାବେ କାମ କରିଛନ୍ତି । ସବ୍ୟସାଚୀ ବିଗବସରେ ଭାଗ ନେଉଥିବାରୁ ତାଙ୍କୁ ରାଜ୍ୟବାସୀ ଭୋଟ କରିବେ ବୋଲି ତାଙ୍କ ପରିବାର ଆଶା ପ୍ରକଟ କରିଛନ୍ତି ।