ଏଣିକି ସହଜ ହେବ ଅପରେଶନ ସୁବିଧା ! ଆସନ୍ତା ଜାନୁଆରୀରୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ରୋବୋଟିକ୍ ଟେକ୍ନିକ୍ ଦ୍ୱାରା ଆରମ୍ଭ ହେବ ସର୍ଜରି ।

ଆସନ୍ତା ବର୍ଷ ଜାନୁଆରୀରେ ଦିଲ୍ଲୀରେ ଥିବା ସଫଦରଜଙ୍ଗ ହସ୍ପିଟାଲର ୟୁରୋଲୋଜି ବିଭାଗରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜରି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

364
ଆସନ୍ତା ବର୍ଷ ଜାନୁଆରୀରେ ଦିଲ୍ଲୀରେ ଥିବା ସଫଦରଜଙ୍ଗ ହସ୍ପିଟାଲର ୟୁରୋଲୋଜି ବିଭାଗରେ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ସର୍ଜରି ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି । ଓଟିରେ ଚିକିତ୍ସାର ସଂଖ୍ୟାକୁ ବଢ଼ାଇବା ପାଇଁ ଏହି ଟେକ୍ନୋଲୋଜିର ଆରମ୍ଭ କରାଯାଉଥିବା ସୂଚନା ମିଳିଛି ।
ୟୁରୋଲୋଜି ବିଭାଗର ଡାକ୍ତର ଏବଂ ପ୍ରଫେସର ଅନୁପ କୁମାରଙ୍କ କହିବା ଅନୁଯାୟୀ,ଏବେ ଗୋଟେ ଦିନରେ ଡ଼ାକ୍ତରଖାନାରେ ୨-୩ଟି ସର୍ଜରି କରିବା ସମ୍ଭବ ହେଉଛି । କିନ୍ତୁ ରୋବୋଟିକ୍ ସର୍ଜରି ସାହାଯ୍ୟରେ ଆମେ ଦିନକୁ ୪-୫ଟି ସର୍ଜରି କରି ପାରିବୁ । ଯାହାଦ୍ୱାରା ଏ ପର‌୍ୟ୍ୟନ୍ତ ବାକି ରହିଥିବା ସର୍ଜରୀଗୁଡ଼ିକ ସହଜରେ ହୋଇ ପାରିବ ।
ସୂଚନା ମୁତାବକ, ସଫଦରଜଙ୍ଗ ହସ୍ପିଟାଲର ୟୁରୋଲୋଜି ବିଭାଗରେ ସର୍ଜରି ପାଇଁ ଏ ପର‌୍ୟନ୍ତ ୩ଡି ଲେପ୍ରୋସ୍କୋପି ଟେକନିକର ବ୍ୟବହାର କରାଯାଉଛି । କିନ୍ତୁ ରୋବୋଟିକ୍ ଟେକ୍ନୋଲୋଜି ଦ୍ୱାରା ଏହା ଖୁବ୍ କମ ସମୟରେ ଏବଂ ସହଜରେ ହୋଇ ପାରିବ । ସଫଦରଜଙ୍ଗ ହସ୍ପିଟାଲ ରୋବୋଟିକ୍ ଟେକ୍ନୋଲୋଜି ବ୍ୟବହାର କରିବାରେ ଦେଶର ପ୍ରଥମ ସରକାରୀ ହସ୍ପିଟାଲ ହେବ ବୋଲି ଜଣାପଡ଼ିଛି ।