ପର୍ଯ୍ୟଟକଙ୍କ ଗାଡ଼ିକୁ ଦ୍ରୁତ ଗତିରେ ଗୋଡ଼େଇଲା ବାଘୁଣୀ : ଚାଳକଙ୍କ ସତର୍କତା ହେତୁ ବଞ୍ଚିଗଲା ଅନେକ ଜୀବନ

203

ମହାରାଷ୍ଟ୍ରରେ ଥିବା ତଡୋବା ଅନ୍ଧେରୀ ଟାଇଗର୍‌ ରିଜର୍ଭର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବା ପରେ ସେଠାକୁ ଆସୁଥିବା ପର୍ଯ୍ୟଟକମାନଙ୍କୁ ସତର୍କ କରାଇବା ଏବେ ପ୍ରଶାସନର ଦାୟିତ୍ୱ ହୋଇପଡ଼ିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଜଙ୍ଗଲ ଭିତରେ ବନ୍ୟ ଜନ୍ତୁମାନଙ୍କୁ ପାଖରୁ ଦେଖିବା ପାଇଁ ସଫାରି ଭ୍ରମଣରେ ଯାଇଥିବା ପର୍ଯ୍ୟଟକମାନଙ୍କୁ ଏକ ବାଘୁଣୀ ଦୃତ ଗତିରେ ଗୋଡ଼ାଇବାରେ ଲାଗିଛି । ଏହି ପରିସ୍ଥିତିରେ ଜିପ୍‌ ଚାଳକ ଜଣକ ଖୁବ୍‌ ଜୋର୍‌ରେ ଗାଡ଼ି ଚଳାଇ ନିଜକୁ ଓ ଜିପ୍‌ରେ ଥିବା ଅନ୍ୟ ପର୍ଯ୍ୟଟକମାନଙ୍କୁ ବଞ୍ଚାଇଛନ୍ତି ସତ, ମାତ୍ର ବାଘୁଣୀଟି ଗାଡ଼ିର ମାତ୍ର ଅଳ୍ପ କେତେ ମିଟର୍‌ ଦୂରତାରେ ଥିବା ଦେଖିବାକୁ ମିଳିଛି ।

ନିର୍ଦ୍ଦିଷ୍ଟ ଏହି ବାଘୁଣୀଟି ପୂର୍ବରୁ ବି ଏକ ପର‌୍ୟ୍ୟଟକ ଗାଡ଼ିକୁ ଗୋଡ଼ାଇଥିବା ସୂଚନା ରହିଛି । ଏହି ଘଟଣା ପରେ ଟୁରିଷ୍ଟ୍‍ ଗାଇଡ୍‌ ଓ ଗାଡ଼ି ଚାଳକମାନଙ୍କୁ ଡକାଯାଇ ଏକ ବୈଠକ ହୋଇଥିଲା । ବାଘମାନଙ୍କଠାରୁ ଅବଶ୍ୟକୀୟ ଦୂରତ୍ୱ ରଖିବା ପାଇଁ ଏହି ବୈଠକରେ ଚେତାବନୀ ଦିଆଯାଇଛି ବୋଲି ତଡୋବା ଅନ୍ଧେରୀ ଟାଇଗର୍‌ ରିଜର୍ଭର ଫିଲ୍ଡ ନିର୍ଦ୍ଦେଶକ ଏନ୍‌ ଆର୍‌ ପ୍ରବୀଣ ଗଣମାଧ୍ୟମରେ କହିଛନ୍ତି ।