ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କ ବିବାଦୀୟ ବୟାନ : ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗୋଡସେକୁ କହିଲେ ଦେଶଭକ୍ତ

215

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଗୁଳି କରି ହତ୍ୟା କରିଥିବା ନାଥୁରାମ ଗୋଡସେକୁ ନେଇ ଥମୁନି ରାଜନୀତି । କମଲ ହାସନଙ୍କ ପରେ ଏବେ ଭୋପାଳରୁ ବିଜେପି ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ଠାକୁର ବିବାଦୀୟ ବୟାନ ଦେଇଛନ୍ତି । ସେ ନାଥୁରାମ ଗୋଡସେକୁ ଦେଶଭକ୍ତ କହିଛନ୍ତି । ସାଧ୍ୱୀ ପ୍ରଜ୍ଞା କହିଛନ୍ତି, “ନାଥୁରାମ ଗୋଡସେ ଦେଶଭକ୍ତ ଥିଲେ, ଦେଶଭକ୍ତ ଅଛନ୍ତି ଓ ଦେଶଭକ୍ତ ରହିବେ ।”

ସେ କହିଲେ, ନାଥୁରାମକୁ ଆତଙ୍କବାଦୀ କହୁଥିବା ଲୋକ ପ୍ରଥମେ ନିଜକୁ ଦେଖନ୍ତୁ । ଏମିତି ଲୋକଙ୍କୁ ଏହି ନିର୍ବାଚନରେ ଜବାବ ଦିଆଯିବ । ସୂଚନାଯୋଗ୍ୟ, କମଲ ହାସନଙ୍କ ବୟାନ ସ୍ୱାଧୀନ ଭାରତର ପ୍ରଥମ ହିନ୍ଦୁ ଆତଙ୍କବାଦୀ ଉପରେ ତାଙ୍କ ପ୍ରତିକ୍ରିୟା ମଗାଯାଇଥିଲା । ଏହା ପୂର୍ବରୁ ପ୍ରଥମେ ୨୫ ଏପ୍ରିଲରେ ସାଧ୍ୱୀ ପ୍ରଜ୍ଞା ବିବାଦୀୟ ବୟାନ ଦେଇଥିଲେ । ସେତେବେଳେ ନିଜ ନିର୍ବାଚନୀ ପ୍ରଚାର ସମୟରେ କଂଗ୍ରେସ ନେତା ଓ ପ୍ରାର୍ଥୀ ଦିଗବିଜୟ ସିଂହଙ୍କୁ ଟାର୍ଗେଟ କରିଥିଲେ ।

ମତାମତ

Your email address will not be published.