ବିଜେପି ସାଂସଦ ସ୍ୱାଧୀଙ୍କ ବଡ ବୟାନ । ଭିକ୍ଷା ଗ୍ରହଣ କରି ଚଳିବି, ସାଂସଦ ଭାବେ ଯାହା ଦରମା ମିଳିବ ତାହାକୁ ଦେଶ ଓ ଲୋକଙ୍କ ବିକାଶ ପାଇଁ ଖର୍ଚ୍ଚ କରିବି ।

305

ମଧ୍ୟପ୍ରଦେଶର ଭୋପାଳ ଆସନରେ କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ସ୍ୱାଧୀ ପ୍ରଜ୍ଞା । ପ୍ରଥମଥର ପାଇଁ ସ୍ୱାଧୀ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ବେଳେ ତାଙ୍କ ଜୀବନଶୈଳୀରେ କୌଣସି ପରିବର୍ତ୍ତନ ଆସିବ ନାହିଁ କହିଛନ୍ତି । ସେ ପୂର୍ବ ଭଳି ଭିକ୍ଷା ଗ୍ରହଣ କରି ଜୀବନ ବିତାଇବେ ବୋଲି ସ୍ପଷ୍ଟ କରିଛନ୍ତି ।

ସାଂସଦ ଭାବେ ଯେଉଁ ତାଙ୍କୁ ଯାହା ଅର୍ଥ ମିଳିବ ତାହାକୁ ସେ ଜନତା ଓ ଦେଶର ହିତରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି ସ୍ୱାଧୀ । ନିଜ ପାଇଁ ସେ ଏହି ଟଙ୍କା ଖର୍ଚ୍ଚ କରିବେ ନାହିଁ ବୋଲି କହିଛନ୍ତି ସ୍ୱାଧୀ । ଗାଜିଆବାଦରେ ଆୟୋଜିତ ହୋଇଥିବା ବୀର ସବରକରଙ୍କ ଜୟନ୍ତୀ ଅବସରରେ ସାଧ୍ୱୀ ପ୍ରଜ୍ଞା ଯୋଗ ଦେଇ ଏଭଳି ବୟାନ ଦେଇଛନ୍ତି ।

ଏହାସହ ବିଭିନ୍ନ ସ୍କୁଲରେ ସୈନ୍ୟ ପ୍ରଶିକ୍ଷଣ ଦିଆଯିବାକୁ ସମର୍ଥନ କରୁଥିବା କହିଛନ୍ତି ସ୍ୱାଧୀ । ସେହିଭଳି ରାମଦେବ କହିଥିବା ଜନସଂଖ୍ୟା ନିୟନ୍ତ୍ରଣ ଆଇନକୁ ସମ୍ବିଧାନ ଅନୁଯାୟୀ ଆଗକୁ ନିଆଯିବ ବୋଲି କହିଛନ୍ତି ସ୍ୱାଧୀ । ନିର୍ବାଚନ ସମୟରେ ମହାତ୍ମା ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ ସ୍ୱାଧୀ । ଯାହାକୁ ନେଇ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ସ୍ୱାଧୀଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ ।