ମହାନଦୀରେ ସଂକଟ ନେଇ ସତର୍କ କରାଇଲେ ପଦ୍ମବିଭୂଷଣ ସଦଗୁରୁ ଜାଗି ବାସୁଦେବ ! କହିଲେ, ଆଗକୁ ଶୁଖି ଯାଇପାରେ ଦେଶର ନଦୀ

39

କନକ ବ୍ୟୁରୋ : ସାରା ଦେଶରେ ନଦୀ ଜଳର ସଂରକ୍ଷଣ ପାଇଁ ରାଲି କରୁଥିବା ପଦ୍ମବିଭୂଷଣ ସଦଗୁରୁ ଜାଗୀ ବାସୁଦେବ କହିଛନ୍ତି- ମହାନଦୀ ବିବାଦରେ ଦୁଇ ରାଜ୍ୟ ନିଜ ଭିତରେ ଆଲୋଚନା କରି ସମାଧାନ ବାହାର କରନ୍ତୁ । ଆଗକୁ ଦେଶର ନଦୀଗୁଡ଼ିକ ଶୁଖିଯାଇପାରେ । ଏଭଳି ପରିସ୍ଥିତିରେ ସମସ୍ତେ ଚିନ୍ତା କରିବା ଉଚିତ୍ । ଆଜି କଳିଙ୍ଗ ଲିଟେରାରୀ ପାଉଣ୍ଡେସନ୍ ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ଜାତୀୟ କବିତା ଉତ୍ସବରେ ଯୋଗ ଦେଇ ସଦଗୁରୁ ଏହା କହିଛନ୍ତି । ଏଥିସହ ମଣିଷ କିଭଳି ଜୀବନ ବଂଚିବା ଉଚିତ, ଯୋଗ କିଭଳି ମନୁଷ୍ୟକୁ ଖୁସି ରଖିପାରେ ସେ ସଂପର୍କରେ ସେ କହିଥିଲେ । ଏହି କବିତା ସମ୍ମେଳନରେ ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟର ପ୍ରମୁଖ କବି ଯୋଗ ଦେଇଛନ୍ତି । ସଦଗୁରୁଙ୍କ ଆଲୋଚନା ପୂର୍ବରୁ କବି ଅଶୋକ ବାଜପେୟୀ, କେକି. ଏନ୍. ଦାରୁୱାଲା ମଧ୍ୟ କବିତା ଉପରେ ମତ ରଖିଥିଲେ । ମିଷ୍ଟିକ୍ କଳିଙ୍ଗର ନିର୍ଦ୍ଦେଶକ ରଶ୍ମୀରଂଜନ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।